20.1 C
Bhubaneswar
Monday, November 18, 2024
Homeଓଡିଶାତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଗବେଷଣା ଓ ବିକାଶ ଲାଗି ଆନ୍ତର୍ଜାତିକ ସହଯୋଗ କିପରି...

ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଗବେଷଣା ଓ ବିକାଶ ଲାଗି ଆନ୍ତର୍ଜାତିକ ସହଯୋଗ କିପରି ନିଆଯାଇଛି?

ଭୁବନେଶ୍ୱର: ଭାରତରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଅଧିକ ଗବେଷଣା ସହ ବିକାଶ ପାଇଁ ଓଏନ୍‌ଜିସି ଆନ୍ତର୍ଜାତିକ ସଂସ୍ଥାର ସହଯୋଗ ନେଇଛି । ଏଥିପାଇଁ ଓଏନ୍‌ଜିସି ଚାରୋଟି ବିଶ୍ୱବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହି ବିଶ୍ୱବିଦ୍ୟାଳୟର ସହଯୋଗ ଓ ସହଭାଗିତାରେ ଦେଶରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ବଡ଼ ସମ୍ଭାବନା ଆସିପାରିବ । ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲୀ । ସାଂସଦ ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି କାନାଡାର କାଲଗାରୀ ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରେଲିଆର ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟ, ଋଷର କାଜାନ ଫେଡରାଲ ବିଶ୍ୱବିଦ୍ୟାଳୟ ଏବଂ ମସ୍କୋର କୋଲକୋଭ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହ ଓଏନ୍‌ଜିସି ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହାଦ୍ୱାରା ଏ କ୍ଷେତ୍ରରେ ଅଧିକ ଗବେଷଣା ସହ ନୂଆ ସ୍ଥାନ ଅନୁଧ୍ୟାନ କରିହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking