30.1 C
Bhubaneswar
Monday, October 21, 2024
Homeଖେଳଡବ୍‌ଲ୍ୟୁପିଏଲ୍‌: ଆର୍‌ସିବିର କ୍ରମାଗତ ଚତୁର୍ଥ ପରାଜୟ

ଡବ୍‌ଲ୍ୟୁପିଏଲ୍‌: ଆର୍‌ସିବିର କ୍ରମାଗତ ଚତୁର୍ଥ ପରାଜୟ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ରେ ଶୁକ୍ରବାର ଅଷ୍ଟମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ୟୁପି ୱାରିଅର୍ଜ ୧୦ ୱିକେଟ୍‌ରେ ବିଜୟୀ ହୋଇଛି । ଏଥିସହ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଆର୍‌ସିବି ୧୯.୩ ଓଭର୍‌ରେ ମାତ୍ର ୧୩୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ।

ଦଳ ପକ୍ଷରୁ ପୁଣିଥରେ ଅଧିନାୟିକା ତଥା ଓପନର ସ୍ମୃତି ମନ୍ଧାନା ବିଫଳ ହୋଇଥିଲେ ହେଁ ତାଙ୍କ ଓପନିଂ ଯୋଡ଼ିଦାର ସୋଫି ଡିଭାଇନ୍ ୨୪ ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ୩୬ ରନ୍ କରିଥିଲେ । ଏହାଛଡ଼ା ଏଲିସ୍ ପେରୀ ୩୯ ବଲ୍‌ର ସମ୍ମୁଖୀନ ହୋଇ ୬ଟି ଚୌକା ଓ ଗୋଟିଏ ଛକା ଜରିଆରେ ସର୍ବାଧିକ ୫୨ ରନ୍‌ର ଯୋଗଦାନ ଦେଇଥିଲେ । ଅନ୍ୟ କେହି ବିଶେଷ ଯୋଗଦାନ ଦେଇ ନ ପାରିବା ଫଳରେ ଆର୍‌ସିବି ବଡ଼ ଟାର୍ଗେଟ୍ ଦେବାରେ ବିଫଳ ହୋଇଥିଲା ।

ୟୁପି ପକ୍ଷରୁ ବାମହାତୀ ସ୍ପିନର୍ ସୋଫି ଏକ୍ଲେଷ୍ଟୋନ୍ ୩.୩ ଓଭର୍‌ରେ ମାତ୍ର ୧୩ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ୪ ଓଭର୍‌ରେ ୨୬ ରନ୍ ଦେଇ ୩ଟି ଏବଂ ରାଜେଶ୍ୱରୀ ଗାଏକ୍ୱାଡ୍ ୪ ଓଭର୍‌ରେ ୨୬ ରନ୍‌ରେ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ବ୍ୟାଟିଂରେ ଦଳ ୧୩ ଓଭର୍‌ରେ ବିନା କୌଣସି କ୍ଷତିରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳ ପକ୍ଷରୁ ଓପନର ଆଲିସା ହିଲି ଚଳିତ ଡବ୍‌ଲ୍ୟୁପିଏଲ୍‌ରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ କରିବା ସହ ୪୭ ବଲ୍ ଖେଳି ୯୬ ରନ୍‌ରେ ଅପରାଜିତ ଥିଲେ ।

ମାତ୍ର ୨୯ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ହିଲି ଏହି ଇନିଂସରେ ୧୮ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ । ସେହିପରି ତାଙ୍କ ଯୋଡ଼ିଦାର ଦେବୀକା ବୈଦ୍ୟ ୩୧ଟି ବଲ୍ ଖେଳି ୫ଟି ଚୌକା ଜରିଆରେ ୩୬ ରନ୍ କରି ଅପରାଜିତ ଥିଲେ । ଏକ୍ଲେଷ୍ଟୋନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । କ୍ରମାଗତ ଚତୁର୍ଥ ପରାଜୟ ପରେ ଆର୍‌ସିବି ଅନ୍ତିମ ସ୍ଥାନରେ କାଏମ ରହିଥିବା ବେଳେ ଦ୍ୱିତୀୟ ବିଜୟ ସହ ୟୁପି ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking