31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶବିହାରରେ ଆଳୁଚାଷୀଙ୍କ ବିରଳ ବିକ୍ଷୋଭ; ରାଜରାସ୍ତାରେ ଫିଙ୍ଗିଲେ ଶତାଧିକ ଆଳୁବସ୍ତା

ବିହାରରେ ଆଳୁଚାଷୀଙ୍କ ବିରଳ ବିକ୍ଷୋଭ; ରାଜରାସ୍ତାରେ ଫିଙ୍ଗିଲେ ଶତାଧିକ ଆଳୁବସ୍ତା

ପାଟନା : ବିହାରର ବେଗୁସରାୟରେ ଆଳୁ ଚାଷୀମାନେ ଏକ ବିରଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଚାଷୀମାନେ ଶୁକ୍ରବାର ଏନ୍‌ଏଚ୍‌-୨୮ରେ ଶତାଧିକ ଆଳୁବସ୍ତା ଫିଙ୍ଗି ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ଜାହିର ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଉଚିତ ମୂଲ୍ୟରେ ବିକିବା ପାଇଁ ସରକାର ଆଳୁର ସମର୍ଥନ ମୂଲ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ବେଗୁସରାୟ ବଛୱାରା ଅଞ୍ଚଳର ଆଳୁ ଚାଷୀମାନେ ଲଗାତାର ଦାବି କରିଆସୁଛନ୍ତି । ବେଗୁସରାୟର ବିଭିନ୍ନ ଅଞ୍ଚଳରେ ବହୁ ପରିମାଣରେ ଆଳୁଚାଷ କରାଯାଇଥାଏ । ମାତ୍ର ଚଳିତ ବର୍ଷ ଚାଷୀଙ୍କୁ ବେପାରୀ ମିଳୁନାହାନ୍ତି କି କୋଲ୍ଡ ଷ୍ଟୋରେଜ୍ ମାଲିକମାନେ ଆଳୁ ରଖୁନାହାନ୍ତି । ଏହା ସହିତ ବିଲରୁ ଆଳୁ ଖୋଳିବା ପାଇଁ ଚାଷୀଙ୍କୁ ମୂଲିଆ ମଧ୍ୟ ମିଳୁନାହାନ୍ତି ।

ଫଳରେ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି । ଲିଖିତ ଭାବେ ସରକାର ଏବଂ ଜିଲ୍ଲା ପ୍ରଶାସନର ଧ୍ୟାନ ଆକୃଷ୍ଟ କରାଯାଇଥିଲେ ମଧ୍ୟ ଦାବି କେହି ଶୁଣୁନାହାନ୍ତି । ଫଳରେ ରାଗରେ ଚାଷୀମାନେ ରାସ୍ତାରେ ଆଳୁ ଫିଙ୍ଗି ଏପରି ବିରଳ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଛନ୍ତି । କେରଳ ପରି ସବୁଜ ପନିପରିବା ଏବଂ ଆଳୁର ସମର୍ଥନ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । ପୂର୍ବରୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଫସଲର କ୍ଷତିପୂରଣ ଦିଆଯାଉଥିବା ବେଳେ ଏବେ ଏହାକୁ ବନ୍ଦ କରିଦିଆଯାଇଛି । ସରକାର ଯଦି ଚାଷୀଙ୍କ ଏହି ଦାବି ପ୍ରତି ଧ୍ୟାନ ନଦିଅନ୍ତି, ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking