23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଲ୍ୟାଣ୍ଡ୍ ପର୍ ଜବ୍ ସ୍କାମ୍‌: ଲାଲୁ ଯାଦବଙ୍କ ସମ୍ପର୍କୀୟ ୧୫ ଠିକଣାରେ ଇଡି ରେଡ୍‌

ଲ୍ୟାଣ୍ଡ୍ ପର୍ ଜବ୍ ସ୍କାମ୍‌: ଲାଲୁ ଯାଦବଙ୍କ ସମ୍ପର୍କୀୟ ୧୫ ଠିକଣାରେ ଇଡି ରେଡ୍‌

ପାଟନା : ଲ୍ୟାଣ୍ଡ୍ ଫର୍ ଜବ୍ ସ୍କ୍‌ାମ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟଙ୍କ ଦିଲ୍ଲୀ, ମୁମ୍ବାଇ, ନୋଏଡା ଏବଂ ପାଟନା ୧୫ ସ୍ଥାନରେ ଚଢ଼ଉ କରିଛି । ମିଡିଆ ରିପୋର୍ଟ ଅନୁସାରେ ପାଟନାରେ ଆର୍‌ଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନ୍‌ଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି । ପେସାରେ ବିଲ୍ଡର୍ ଅବୁ ଦୁାଜାନ୍ ଲାଲୁଙ୍କ ଅତି ନିକଟତମ ବ୍ୟକ୍ତି । ଶୁକ୍ରବାର ସକାଳ ୬ରୁ ଇଡିର ୧୨ ଜଣ ଅଧିକାରୀ ଘରେ ପହଞ୍ଚି ପରିବାରର ସମସ୍ତ ସଦସ୍ୟଙ୍କୁ ଘର ଭିତରେ ରହିବାକୁ କହି ତଲାସୀ ନେଇଥିଲେ । ଏହା ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅବୁ ଦୁଜାନା କହିଛନ୍ତି । ସୂଚନା ଅନୁସାରେ ଲାଲୁଙ୍କ ତିନି କନ୍ୟା ହେମା, ରାଗିଣୀ ଓ ଚନ୍ଦାଙ୍କ ଦିଲ୍ଲୀସ୍ଥିତ ଘରେ ମଧ୍ୟ ଇଡି ଟିମ୍ ଚଢ଼ଉଚରିଛି ।

ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ କନିଷ୍ଠ ପୁତ୍ର ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ଆବାସରେ ମଧ୍ୟ ଇଡି ଟିମ୍ ପହଞ୍ଚିଛି । ଅବୁ ଦୁଜାନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଇଡି ଚଢ଼ଉ କରିଛି । ଲାଲୁଙ୍କ ସମୁଧି ଜିତେନ୍ଦ୍ର ଯାଦବଙ୍କ ଉତ୍ତର ପ୍ରଦେଶ ଗାଜିଆବାଦସ୍ଥିତ ଘରେ ମଧ୍ୟ ଇଡି ଚଢ଼ଉ କରିଛି । ଇଡିର ଦୁଇଟି ଟିମ୍ ତାଙ୍କ ଗାଜିଆବାଦର ଆର୍‌ଡିସି ରାଜନଗର ଅଞ୍ଚଳରେ ଥିôବା ଘରେ ପହଞ୍ଚି ତଲାସୀ ନେଇଥିଲେ । ଜିତେନ୍ଦ୍ର ଯାଦବ ସମାଜବାଦୀ ପାର୍ଟିର ପୂର୍ବତନ ଏମ୍‌ଏଲ୍‌ସି । ଇଡି କାର୍ଯ୍ୟାନୁଷ୍ଠାନକୁ ନେଇ ଲାଲୁ ଯାଦବଙ୍କ କନ୍ୟା ରୋହିଣୀ ଗୋଟିଏ ପରେ ଗୋଟିଏ ଅନେକ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି, ତୁମେ ଆଉ କେତେ ତଳକୁ ଖସିବ । ସମୟ ବଳବାର । ୧୫ ବର୍ଷ ପୁରୁଣା କେସ୍‌କୁ ଖୋଲି କ’ଣ ପ୍ରମାଣ କରିବାକୁ ଚାହୁଁଛି । ଘରେ ଜଣେ ଗର୍ଭବତୀ ବୋହୁ, ଭଉଣୀଙ୍କ ଛୋଟ ଛୋଟ ପିଲା ଅଛନ୍ତି । ସେମାନଙ୍କୁ ଟର୍ଚର୍ କରିବା ପାପ ତୁମକୁ ମିଳିବ । ଅନ୍ୟପକ୍ଷରେ ରୋହିଣୀ ଟ୍ୱିଟ୍ କରି ଲେଖିଛନ୍ତି, ଲାଲୁ ଜୀ ଏବଂ ଲାଲୁ ଜୀଙ୍କ ପରିବାର ଡରିବା ନୁହେଁ ଲଢ଼ିବା ଜାଣିଛନ୍ତି ।

ଲାଲୁ, ରାବଡ଼ି ସମେତ ୧୬ ଜଣଙ୍କୁ ମାର୍ଚ୍ଚ ୧୫ରେ ହାଜର ପାଇଁ ନିର୍ଦ୍ଦେଶ
ଅନ୍ୟପକ୍ଷରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଫେବୃଆରୀ ୨୭ ତାରିଖରେ ଆର୍‌ଜେଡି ପ୍ରମୁଖ ଲାଲୁ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ରାବଡି ଦେବୀ, ବଡ଼ଝିଅ ରାଜ୍ୟସଭା ସାଂସଦ ମୀସା ଭାରତୀଙ୍କୁ ସମନ ଜାରି କରିଛନ୍ତି । ଜମି ବଦଳରେ ରେଳବାଇରେ ଚାକିରି ଦେବା ମାମଲାରେ ସିବିଆଇ ଚାର୍ଜଶିଟ୍ ଆଧାରରେ କୋର୍ଟ ଏହି ସମନ ଜାରି କରିଛନ୍ତି । ମାର୍ଚ୍ଚ ୧୫ ତାରିଖରେ ସମସ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ ଏଥିରେ ଆଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking