32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍‌

ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍‌

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କ ବିରୋଧରେ ଶୁକ୍ରବାର ଲୁକ୍‌ଆଉଟ୍ ନୋଟିସ୍ ଜାରି ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ବ୍ୟୁରୋ ଏହି ନୋଟିସ୍ ଜାରି କରିଛି । ଲୁକ୍‌ଆଉଟ୍ ସର୍କୁଲାର୍ ଜାରିହେବା ପରେ ଏବେ ଚନ୍ନି ବିଦେଶ ଯାଇପାରିବେ ନାହିଁ । ପଞ୍ଜାବ ଭିଜିଲାନ୍ସ ସମସ୍ତ ବିମାନ ବନ୍ଦରକୁ ଏ ନେଇ ସତର୍କ କରିଦେଇଛି । ତେବେ ଏ ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା କୌଣସି କେସ୍ ରୁଜୁ ହୋଇନାହିଁ । ଚନ୍ନି ନିଜର ସମାଗମରେ ସରକାରୀ ଅର୍ଥର ଦୁରୁପଯୋଗ କରିଥିବା ଭିଜିଲାନ୍ସକୁ ଅଭିଯୋଗ ମିଳିଥିଲା । ନିକଟରେ ଚନ୍ନିଙ୍କ ଜଣେ ନିକଟ ସମ୍ପର୍କୀୟ ପ୍ରପର୍ଟି ଡିଲର୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ନିକଟରେ ପାର୍ଟି କର୍ମକର୍ତ୍ତାଙ୍କ ଏକ ମିଟିଂରେ ଶ୍ରୀ ଗୁରୁ ରବିଦାସଙ୍କ ନଗର କୀର୍ତ୍ତନରେ ସାମିଲ ହେବା ପାଇଁ ତାଙ୍କୁ କାଲିଫର୍ଣ୍ଣିଆର ନିମନ୍ତ୍ରଣ ଆସିଛି ବୋଲି ଚନ୍ନି କହିଥିଲେ । ସମାଗମ ବାହାନାରେ ଚନ୍ନି ବିଦେଶ ପଳାଇ ଯାଇପାରନ୍ତି ସନ୍ଦେହରେ ଏଜେନ୍ସି ଏହା ପୂର୍ବରୁ ତାଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking