24.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଜେଡିୟୁ ଛାଡ଼ିଲେ ପୂର୍ବତନ ସାଂସଦ ମୀନା ଦେବୀ

ଜେଡିୟୁ ଛାଡ଼ିଲେ ପୂର୍ବତନ ସାଂସଦ ମୀନା ଦେବୀ

ପାଟନା : ବିହାରରେ ମାତ୍ର କିଛିଦିନ ମଧ୍ୟରେ କ୍ଷମତାସୀନ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)କୁ ଆଉ ଏକ ଧକ୍କା ଲାଗିଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ପରେ ଭୋଜପୁରର ପୂର୍ବତନ ସାଂସଦ ମୀନା ଦେବୀ ପାର୍ଟିର ହାତ ଛାଡ଼ିଛନ୍ତି । ଶୁକ୍ରବାର ପାଟନାରେ ପ୍ରେସ୍ କନ୍‌ଫରେନ୍ସ କରି ମୀନା ଦେବୀ ଜେଡିୟୁର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି ।

ଏବେ କେଉଁ ପାର୍ଟି ତାଙ୍କର ନୂଆ ଠିକଣା ହେବ ସେ ସମ୍ପର୍କରେ କିଛି କହିନାହାନ୍ତି । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ବିହାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ହୋଲି ପରେ ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ମୀନା ଦେବୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି ।

ସେ କହିଛନ୍ତ ବିହାରରେ ଆଜିର ସ୍ଥିତି ଭୟବହ ହୋଇଥିବା ବେଳେ ନୀତୀଶ ନିଜ ପାର୍ଟିକୁ ତେଜସ୍ୱୀ ଯାଦବଙ୍କ ନିକଟରେ ବନ୍ଧା ପକାଇ ଦେଇଛନ୍ତି । ଆର୍‌ଜେଡି ସହିତ ମେଣ୍ଟ ସରକାର ଗଠନ କରିବା ପରଠାରୁ ରାଜ୍ୟରେ ଅପରାଧ ବୃଦ୍ଧି ପାଇଛି । ସେହିପରି ତେଜସ୍ୱୀଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଉପସ୍ଥାପନ କରିବା ପରେ ପୁଣିଥରେ ବିହାରରେ ୨୦୦୫ର ସ୍ଥିତି ଉତ୍ପନ୍ନ ହୋଇଛି । ଜଙ୍ଗଲରାଜ୍ ପୁଣିଥରେ ଫେରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking