23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶ୫୮ ବର୍ଷପରେ ବିଧାନସଭାରେ ଅଦାଲତ; ୬ ପୁଲିସ କର୍ମଚାରୀଙ୍କୁ ଦିନକ ପାଇଁ ଦଣ୍ଡ

୫୮ ବର୍ଷପରେ ବିଧାନସଭାରେ ଅଦାଲତ; ୬ ପୁଲିସ କର୍ମଚାରୀଙ୍କୁ ଦିନକ ପାଇଁ ଦଣ୍ଡ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭାରେ ୫୮ ବର୍ଷ ପରେ ଶୁକ୍ରବାର ଅଦାଲତ ଆୟୋଜିତ ହୋଇଛି । କାଠଗଡ଼ାରେ ୬ ପୁଲିସ କର୍ମଚାରୀ ହାଜର ହୋଇଥିଲେ । ସ୍ୱାଧିକାର ଭଙ୍ଗ ଏବଂ ସଦନର ଅବମାନନାରେ ଦୋଷୀ ଏହି ସମସ୍ତ ପୁଲିସ କର୍ମଚାରୀଙ୍କୁ ବିଧାନସଭା ବାଚସ୍ପତି ଦିନକ ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡାଦେଶ ଅନୁସାରେ ବିଧାନସଭା ସେଲ୍‌ର ଲକ୍‌ଅପ୍‌ରେ ପୁଲିସ କର୍ମଚାରୀମାନେ ମାର୍ଚ୍ଚ ୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ରହିବେ ।

ନିଷ୍ପତ୍ତି ପରେ ବିଧାନସଭା ମାର୍ଶାଲ୍ ପୁଲିସ କର୍ମଚାରୀମାନଙ୍କୁ ଗୃହରୁ ଲକ୍‌ଅପ୍‌କୁ ନେଇଥିଲେ । ଏହା ପୂର୍ବରୁ ୧୯୬୪ରେ ବିଧାନସଭାରେ ଅଦାଲତ ଆୟୋଜିତ ହୋଇଥିଲା । ମାମଲାର ଶୁଣାଣି ବେଳେ ଦୋଷୀ ସମସ୍ତ ପୁଲିସ କର୍ମଚାରୀଙ୍କୁ ନିଜ ପକ୍ଷ ରଖିବା ସୁଯୋଗ ଦିଆଯାଇଥିଲା । ଏହି ଗୃହ ଅବମାନନା ମାମଲା ୨୦୦୪ର । ସେତେବେଳେ ମୁଲାୟମ ସିଂହଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି କ୍ଷମତାରେ ଥିଲା ।

ବିଦ୍ୟୁତ୍ କାଟ୍ ବିରୋଧରେ ବର୍ତ୍ତମାନର ବିଧାସଭା ବାଚସ୍ପତି ସତୀଶ ମହାନା ସ୍ଥାନୀୟ ବିଜେପି ବିଧାୟକ ସଲିଲ ଚୌଧୁରୀ ଏବଂ ଅନ୍ୟ ପାର୍ଟି କର୍ମକର୍ତ୍ତାଙ୍କ ସହିତ ଧାରଣା ଦେଇଥିବା ବେଳେ ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏଥିରେ ସଲିଲ୍ ଚୌଧୁରୀଙ୍କ ଗୋଡ଼ ଭାଙ୍ଗିଯିବା ସହିତ କେତେକ ବିଜେପି କର୍ମକର୍ତ୍ତା ଆହତ ହୋଇଥିଲେ । ଏହାପରେ ୨୦୦୪ ଅକ୍ଟୋବର ୨୫ ତାରିଖରେ ବିଧାନସଭା ଅଧିବେଶନରେ ସ୍ୱାଧିକାର ଭଙ୍ଗ ଏବଂ ଗୃହ ଅବମାନନା ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking