28.1 C
Bhubaneswar
Thursday, September 19, 2024
Homeଓଡିଶାଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମଟମ୍ ରିର୍ପୋଟ

ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମଟମ୍ ରିର୍ପୋଟ

ଭୁବନେଶ୍ୱର: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଉଲ୍ଲେଖ ରହିଥିବା ସୂଚନା ମିଳିଛି । ସେପଟେ ଚିନ୍ମୟୀଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟା ମାମଲା ରୁଜୁ କରି ପୁରୁଷ ବନ୍ଧୁ ଓ ଜଣେ ସହପାଠୀଙ୍କୁ ଅଟକ ରଖିଛି ବୁର୍ଲା ପୋଲିସ । ପୁରୁଷ ବନ୍ଧୁ ପ୍ରିତିମାନ ଦେ ଓ ସହପାଠୀଙ୍କୁ ଅଟକ ରଖି ପୋଲିସ ପଚାରାଉଚରା ଜାରି ରଖିଛି । ଭୟୟଙ୍କ ନାଁରେ ଚିନ୍ମୟୀଙ୍କ ମା’ ଏତଲା ଦେବା ପରେ ଆଇପିସିର ଧାରା ୩୦୨ରେ ହତ୍ୟା ମାମଲା ଓ ପ୍ରମାଣ ନଷ୍ଟ ଅଭିଯୋଗର ୨୦୧ଦଫା ଲଗାଇଛି ପୋଲିସ । ଏହାସହ ଭିସେରା ନମୂନା ସଂଗ୍ରହ କରାଯିବା ସହ ଡାଏଟମ୍ ନମୂନା ମଧ୍ୟ ସଂଗ୍ରହ କରାଯାଇଥିବା ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking