27.1 C
Bhubaneswar
Friday, November 22, 2024
Homeଓଡିଶାକ୍ଷେପଣାଅସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା; ୪ ଦିନିଆ ରିମାଣ୍ଡରେ ବାବୁରାମ

କ୍ଷେପଣାଅସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା; ୪ ଦିନିଆ ରିମାଣ୍ଡରେ ବାବୁରାମ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମ ଦେ କୁ ବାଲେଶ୍ୱର ପୁଲିସ୍ ୪ ଦିନିଆ ରିମାଣ୍ଡରେ ନେଇଛି । ଆଜି ଜେଏମଏଫସିର ସିଟି କୋର୍ଟରେ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ । ତେବେ କୋର୍ଟ ପୁଲିସକୁ ୪ ଦିନ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେବା ପରେ ପୁଲିସ ଏହି ମାମଲାରେ ଅଧିକ ଖୋଳତାଡ଼ କରିବା ନିମନ୍ତେ ବାବୁରାମକୁ ପଚରାଉଚରା କରିବ । ସେ ୱାଟ୍‌ସ ଆପ୍ ଯୋଗେ ପାକିସ୍ତାନୀ ମହିଳାଙ୍କୁ କି ତଥ୍ୟ ଦେଇଛନ୍ତି ।

ଡିଆରଡିଓର ଏଭଳି କେଉଁ ସବୁ ଗୁରୁତ୍ୱପୂର୍ଣର୍ ତଥ୍ୟ ଲିକ୍ ହୋଇଛି । ଏହାସହ ଆଉ କେଉଁମାନେ ତାଙ୍କ ସହ ତଥ୍ୟ ଲିକରେ ସାମିଲ ଥିଲେ ସେନେଇ ପୁଲିସ ତାଙ୍କୁ ପଚରାଉଚରା କରିପାରେ । ଅନ୍ୟପକ୍ଷରେ ବାବୁରାମଙ୍କ ମନି ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ପୁଲିସର ନଜର ରହିଛି । ସେ ସମ୍ପୃକ୍ତ ମହିଳାଙ୍କୁ କେତେଟଙ୍କା ଦେଇଛନ୍ତି । ତାଙ୍କ ଠାରୁ କେତେଟଙ୍କା ନେଇଛନ୍ତି । ବାବୁରାମଙ୍କ ଟଙ୍କା କମାଇବାର ଉତ୍ସ କେବଳ ତାଙ୍କ ଚାକିରି ନା ଆଉ କେଉଁ ବାଟରୁ ସେ ଟଙ୍କା କମାଉଛନ୍ତି ସେ ନେଇ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡିଛି ।

ତେଣୁ ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ପାଇବା ନିମନ୍ତେ ଦୁଇଟି ବ୍ୟାଙ୍କକୁ ନିବେଦନ କରାଯାଇଛି । ସେହିପରି ବାବୁରାମଙ୍କ ଘର ଜଳେଶ୍ୱରରେ ହୋଇଥିବାରୁ ତାଙ୍କ ଜମିବାଡ଼ି ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ତଥ୍ୟ ମଗାଯାଇଛି ବୋଲି ଏସ୍‌ପି ସାଗରିକା ନାଥ କହିଛନ୍ତି । ସୂଚନାଯୋଗ୍ୟ, ବାବୁରାମ କ୍ଷେପଣାଅସ୍ତ୍ର ଘାଟିରେ ବରିଷ୍ଠ ଟେକ୍ନିକାଲ୍ ଅଧିକାରୀ ଭାବେ କାମ କରନ୍ତି । ଜଣେ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପର ଶିକାର ହୋଇ ଦେଶର ସାମରିକ ତଥ୍ୟ ଲିକ୍ କରିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଗତକାଲି ବାଲୋଶ୍ୱର ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking