ନୂଆଦିଲ୍ଲୀ:୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ପଢ଼ିବ। ତା’ପୂର୍ବରୁ ନୁହେଁ। ଜଣେ ଶିଶୁ ୬ ବର୍ଷରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଏକ ଚିଠିରେ ଲେଖାଯାଇଛି। ଏଥିରେ ପ୍ରଥମ ଶ୍ରେଶୀରେ ନାମ ଲେଖାଇବାକୁ ହେଲେ ବୟସସୀମା ୬ ବର୍ଷ ଧାର୍ୟ୍ୟ କରିବାକୁ କୁହାଯାଇଛି। ନୂତନ ଶିକ୍ଷାନୀତି ଅନୁସାରେ ଶିଶୁଟିଏ ୩ରୁ ୮ ବର୍ଷ ବୟସ ଯାଏଁ ୫ ବର୍ଷ ପାଇଁ ଯେଉଁ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇବ ତାହାର ପ୍ରଥମ ତିନି ବର୍ଷ ଅଙ୍ଗନବାଡ଼ି ଓ ଶିଶୁଶ୍ରେଣୀରେ କଟିବ ଏବ˚ ପରବର୍ତ୍ତୀ ଦୁଇ ବର୍ଷ ସେ ବିଦ୍ୟାଳୟକୁ ଯାଇ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ିବ।ନୂଆଦିଲ୍ଲୀ: