27.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶପୁଣି ଥରିଲା ତୁର୍କୀ ଏବଂ ସିରିଆ: ୩ ମୃତ, ୨୦୦ରୁ ଅଧିକ ଆହତ

ପୁଣି ଥରିଲା ତୁର୍କୀ ଏବଂ ସିରିଆ: ୩ ମୃତ, ୨୦୦ରୁ ଅଧିକ ଆହତ

ତୁର୍କୀ: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂମିକମ୍ପ ତାଣ୍ଡବର ମୃତ୍ୟୁସଂଖ୍ୟା କମିନଥିବା ବେଳେ ପୁଣି ଏକ ଭୂମିକମ୍ପରେ ଥରିଲା ତୁର୍କୀ ଏବଂ ସିରିଆ । ଭୂମିକମ୍ପର ତୀବ୍ରତା ୬.୪ ଥିଲା । ଏଥିରେ ୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୋମବାର ରାତିରେ ପୁଣି ଦୁଇଟି ଭୂମିକମ୍ପ ତୁର୍କୀର ଦକ୍ଷିଣ ପ୍ରାନ୍ତରେ ଆସିଥିଲା । ରାତି ୮ଟା.୪ ମିନିଟରେ ଏହି ଭୂମିକମ୍ପ ଆସିଥିବା ସୂଚନା ମିଳିଛି । ଏହାପରେ ପୁଣି ୫.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏକାଧିକ ଘର ଭାଙ୍ଗି ଯାଇଥିବାରୁ ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳ ହେଉଛି ତୁର୍କୀର ହାତାୟ ପ୍ରଦେଶ ଅନ୍ତର୍ଗତ ଡେଫନେ। ଏହି ପ୍ରଦେଶଟି ଫେବୃଆରୀ ୬ରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ନେଇ ପୁଣି ତୁର୍କୀ ଜନତାଙ୍କ ଆଶଙ୍କା ବଢ଼ିଯାଇଛି । ଫେବୃଆରୀ ୬ ତାରିଖରେ ଘଟିଥିବା ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୪୬ ହଜାର ପାର ହୋଇଗଲାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ତୁର୍କୀକୁ ଏନଡିଆରଏଫ ଟିମକୁ ପଠାଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଅନ୍ୟପକ୍ଷରେ ତୁର୍କୀ ରାଷ୍ଟ୍ରପତି ରିସିପ ତାୟିପ ଏର୍ଡୋଗାନ ସୋମବାର ଦେଶର ଦକ୍ଷିଣପୂର୍ବ ଅଞ୍ଚଳରେ ୨ ଲକ୍ଷ ନୂଆ ଘର ନିର୍ମାଣ ନେଇ ଘୋଷଣା କରିଛନ୍ତି। ଫେବ୍ରୁଆରି ୬ ତାରିଖର ଭୂମିକମ୍ପ ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇ ପଡ଼ିଛନ୍ତି। ଦେଶରେ ପାଖାପାଖି ୧,୧୮,୦୦୦ ଘର ଭାଙ୍ଗିଛି କିମ୍ବା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କିମ୍ବା ତୁରନ୍ତ ଭଙ୍ଗାଯିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking