22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶମାଡି ଆସୁଛି ବିପଦ ! ସମୁଦ୍ରର ଲୁଣି ପାଣିରେ ବୁଡିଯିବ ବିଶ୍ୱର ବଡ ବଡ ଉପକୂଳବର୍ତ୍ତୀ...

ମାଡି ଆସୁଛି ବିପଦ ! ସମୁଦ୍ରର ଲୁଣି ପାଣିରେ ବୁଡିଯିବ ବିଶ୍ୱର ବଡ ବଡ ଉପକୂଳବର୍ତ୍ତୀ ସହର

ନୂଆଦିଲ୍ଲୀ: ସମୁଦ୍ର ପାଣିରେ ବୁଡିଯିବ ଉପକୂଳିଆ ସହର । ଏଇ କଥା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଛନକା ପଶିଲାଣି । ସମୁଦ୍ର ପାଣିରେ କେଉଁ କେଉଁ ସହର ବୁଡିବ, କେବେ ବୁଡିବ? କାହିଁକି ବୁଡିବ? ସେନେଇ ଉଠିଲାଣି ଅନେକ ପ୍ରଶ୍ନ । ଧୀରେ ଧୀରେ ବଢିବାରେ ଲାଗିଛି ସମୁଦ୍ରର ଜଳସ୍ତର । ଖୁବଶୀଘ୍ର ସମୁଦ୍ରର ଲୁଣି ପାଣିରେ ବୁଡିଯିବ ବିଶ୍ୱର ବଡ ବଡ ଉପକୂଳବର୍ତ୍ତୀ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଙ୍ଗଠନର ବୈଜ୍ଞାନିକମାନେ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଯେଉଁଥିରେ ସାରା ବିଶ୍ୱକୁ ଦିଆଯାଇଛି ସତର୍କ ସୂଚନା । ରିପୋର୍ଟ ଅନୁସାରେ, ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ ।

ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ । ବିପଦ ମୁହଁରେ ଥିବା ମୁଖ୍ୟ ସହର ମଧ୍ୟରେ ସାଂଘାଇ, କୋପେନହାଗେନ୍‌, ନ୍ୟୁୟର୍କ ଲସ୍ ଏଞ୍ଜେଲ୍ସ, ବ୍ୟାଙ୍ଗକକ୍‌, ଜାକର୍ତ୍ତା, ମୁମ୍ବାଇ, ମାପୁଟୋ, ଢାକା, ଲାଗୋସ୍‌, କାହିରା, ଲଣ୍ଡନ୍ ପରି ବଡ ବଡ ସହର ରହିଛି । ତେବେ ବିଶ୍ୱ ତାପନ ଯୋଗୁଁ ଗ୍ଲାସିଅର ତରଳିବା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । ଖାଲି ଏତିକି ନୁହେଁ ସମୁଦ୍ର କେତେବେଳେ ବି ଉପକୂଳ ଆଡକୁ ମାଡିଆସିବ ସେନେଇ କିଛି କହିହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ବିଶ୍ୱ । ଆଉ ତାହାରି ମଧ୍ୟରେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନର ବୈଜ୍ଞାନିକମାନେ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଆତଙ୍କିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking