34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଡବ୍‌ଲ୍ୟୁଟିସି ଫାଇନାଲ୍ ଜିତିବା ପୂଜାରାଙ୍କ ସ୍ୱପ୍ନ

ଡବ୍‌ଲ୍ୟୁଟିସି ଫାଇନାଲ୍ ଜିତିବା ପୂଜାରାଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ଟେଷ୍ଟ୍ କ୍ୟାରିଅର୍‌ରେ ଦେଶ ପକ୍ଷରୁ ୯୯ଟି ମ୍ୟାଚ୍ ଖେଳିସାରିଥିବା ଚେତେଶ୍ୱର ପୂଜାରା ଦଳକୁ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ ଜିତାଇବାକୁ ଚାହାଁନ୍ତି । ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ବୋଲି ପୂଜାରା ମତ ଦେଇଛନ୍ତି । ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ଡର୍‌-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ୍ ପାଇଁ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂଜାରା କହିଛନ୍ତି ଯେ ସେ ଟେଷ୍ଟ୍ କ୍ରିକେଟ୍‌ରେ ଯଥେଷ୍ଟ କିଛି ହାସଲ କରିଛନ୍ତି । ତଥାପି ତାଙ୍କ ପାଖରେ ଆହୁରି ଅନେକ କିଛି ହାସଲ କରିବାକୁ ବାକି ମଧ୍ୟ ଅଛି ।

ବିଶେଷକରି ଚଳିତ ସିରିଜ୍ ମାଧ୍ୟମରେ ଟିମ୍ ଇଣ୍ଡିଆ ଆଗାମୀ ଦ୍ୱିତୀୟ ଡବ୍‌ଲ୍ୟୁଟିସି ଫାଇନାଲ୍ ଖେଳିବା ପାଇଁ ଲକ୍ଷ୍ୟ ରଖିଛି । ଗତ ବର୍ଷ ଫାଇନାଲ୍‌ରେ ଦଳ ପହଞ୍ଚିଥିଲେ ମଧ୍ୟ ଚାମ୍ପିଅନ୍ ହୋଇପାରିନାହିଁ । କିନ୍ତୁ ଚଳିତ ବର୍ଷ ଦଳ ଏହି ସଫଳତା ପାଇବ ବୋଲି ପୂଜାରା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେହିପରି ଟେଷ୍ଟ୍ କ୍ରିକେଟ୍ ଆରମ୍ଭ ବେଳେ ସେ ଶହେତମ ମ୍ୟାଚ୍ ଖେଳିବେ ବୋଲି କଦାପି ଆଶା କରି ନ ଥିଲେ । କିନ୍ତୁ କ୍ୟାରିଅର୍‌ରେ ଅନେକ ଉତ୍‌ଥାନ ପତନ ପରେ ଏହି ସ୍ଥାନରେ ପହଞ୍ଚିଥିବାରୁ ସେ ବେଶ୍ ଖୁସି ଓ ଭଲ କ୍ରିକେଟ୍ ଖେଳିଲେ ଶହେତମ ମ୍ୟାଚ୍ ମଧ୍ୟ ଖେଳିବାର ସୁଯୋଗ ମିଳେ ବୋଲି ପୂଜାରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking