ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍ ଶୃଙ୍ଖଳା ସ୍ଥିତି ଭଲ
ଚାଉଳ ଉଠାଣ ଓ ଧାନ ବିକ୍ରି ଭଳି ସମସ୍ୟା ଉଠାଉ ବିଜେପି
ଅଭ୍ୟାସଗତ ଭାବେ ଓଡିଶାକୁ ବଦନାମ କରିବାରୁ ବିରତ ରହୁ
ଭୁବନେଶ୍ୱର, : ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା, ଓଡିଶାକୁ ୭ ଲକ୍ଷ ଘର ଯୋଗାଇ ନଦେବା, ଓଡିଶା ଚାଷୀଙ୍କ ଧାନ କ୍ରୟ ହ୍ରାସ ଏବଂ କେନ୍ଦ୍ର ଦ୍ୱାରା ବଳକା ଚାଉଳ ଉଠାଣ ନହେବା, କେନ୍ଦୁପତ୍ର ଉପରେ ୧୮% ଜିଏସଟି ଲଗାଇବା ଏବଂ କେନ୍ଦ୍ର ଦ୍ୱାରା ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନକରିବା ଭଳି ପ୍ରସଙ୍ଗ ଓଡିଶା ବିଜେପି କେନ୍ଦ୍ରରେ ସେମାନଙ୍କ ଦଳ ଦ୍ୱାରା ଚଳାଯାଉଥିବା ସରକାରଙ୍କ ନିକଟରେ ଉଠାଇବା ଆବଶ୍ୟକ ।
ଏହିପରି ଅପ୍ରସଙ୍ଗ ଉଠାଇ ଓଡିଶା ଏବଂ ଏହାର ୪.୫ କୋଟି ଓଡିଆଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଓଡିଶା ବିଜେପିର ଏହା ଆଉ ଏକ ଉଦାହରଣ । ଭାରତର ଅନେକ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ । ଯଦି ଆମେ ଏହିପରି ପ୍ରତ୍ୟେକ ରାଜ୍ୟର ସମ୍ପୂର୍ଣ୍ଣ ବିବରଣୀ ଦେବା ଆରମ୍ଭ କରିବୁ, ତେବେ ରାଜ୍ୟବାସୀଙ୍କ ଆଗରେ ଓଡିଶା ବିଜେପି ପାଇଁ ଲଜ୍ଜାଜନକ ହେବ । ଆମେ ଆଶା କରୁଛୁ ଓଡିଶା ବିଜେପିର ଜ୍ଞାନ ଉଦୟ ହେବ ଏବଂ ସେମାନେ ଓଡିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ କହିବେ ଏବଂ ସେମାନଙ୍କର ଚିରାଚରିତ ଅଭ୍ୟାସ ଭଳି ବଦନାମ କରିବେ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।