28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶରୁଷୀୟ ଗର୍ଭବତୀଙ୍କ ଆର୍ଜେଣ୍ଟିନା ପଳାୟନ

ରୁଷୀୟ ଗର୍ଭବତୀଙ୍କ ଆର୍ଜେଣ୍ଟିନା ପଳାୟନ

ବୁଏନ୍ସ ଆୟର୍ସ : ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପ୍ରାୟ ପାଞ୍ଜହଜାର ଗର୍ଭବତୀ ମହିଳା ରୁଷ୍‌ରୁ ଆର୍ଜେଣ୍ଟିନା ପଳାଇଛନ୍ତି । ଅସଲରେ ଏହି ମହିଳାମାନେ ଯୁଦ୍ଧ ମଧ୍ୟରେ ରୁଷ୍‌ରେ ସନ୍ତାନ ଜନ୍ମ ଦେବାକୁ ଚାହୁଁନାହାନ୍ତି । ସେହିପରି ଯଦି ସେମାନଙ୍କ ସନ୍ତାନ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରେ, ତେବେ ମାଆ-ବାପାଙ୍କୁ ମଧ୍ୟ ସେଠାକାର ନାଗରିକତା ମିଳିବା ସହଜ ହୋଇଥାଏ । ଏହି ରୁଷ ମହିଳାମାନେ ପ୍ରଥମେ ପର୍ଯ୍ୟଟକ ଭାବେ ଆର୍ଜେଣ୍ଟିନା ଯାଉଥିବା କହିଥିଲେ । ତେବେ ଉନ୍ନତ ଭବିଷ୍ୟତ ପାଇଁ ସନ୍ତାନକୁ ଆର୍ଜେଣ୍ଟିନା ନାଗରିକତା ପ୍ରଦାନ କରିବା ପାଇଁ ଯାଉଥିବା ପରେ ସ୍ୱୀକାର କରିଥିଲେ । ଏହି ଗର୍ଭବତୀ ମହିଳାଙ୍କ ପଳାୟନକୁ ବାର୍ଥ ଟୁରିଜିମ୍ ନାମ ଦିଆଯାଇଛି ।

ଯୁଦ୍ଧଠାରୁ ଦୂରକୁ ଯିବା ବ୍ୟତୀତ ଗର୍ଭବତୀ ମହିଳାଙ୍କୁ ଆର୍ଜେଣ୍ଟିନାରେ ଭିସା-ଫ୍ରି ଏଣ୍ଟ୍ରି ଏବଂ ଉନ୍ନତ ମେଡିକାଲ୍ ସେବା ମଧ୍ୟ ଆକର୍ଷିତ କରୁଛି । ଆର୍ଜେଣ୍ଟିନାରେ ରହିବା ଏବଂ ସନ୍ତାନ ଡେଲିଭରୀ ସମ୍ପର୍କିତ ଅଫର୍ସ ପାଇଁ ରୁଷରେ ୱେବ୍‌ସାଇଟ୍ ମଧ୍ୟ ଉପଲବ୍ଧ ଅଛି । ଏହି ୱେବ୍‌ସାଇଟ୍‌ରେ ପର୍ସନାଇଜ୍‌ଡ ବାର୍ଥ ପ୍ଲାନ୍ସ, ଏୟାରପୋର୍ଟରୁ ପିକ୍‌-ଅପ୍ ସହିତ ସ୍ପାନିଶ ଭାଷାର କ୍ଲାସ୍ ଏବଂ ବୁଏନ୍ସ ଆୟର୍ସର ବଡ଼ ବଡ଼ ହସ୍ପିଟାଲ୍‌ରେ ଚିକିତ୍ସାକୁ ନେଇ କେତେକ ପ୍ୟାକେଜ୍ ମଧ୍ୟ ଉପଲବ୍ଧ । ତେବେ ଆର୍ଜେଣ୍ଟିନା ଯିବା ପାଇଁ ଚାହୁଁଥିବା କେତେକ ରୁଷୀୟ ଗର୍ଭବତୀ ମହିଳା ଦଲାଲଙ୍କ ଦ୍ୱାରା ଠକେଇର ମଧ୍ୟ ଶିକାର ହେଉଛନ୍ତି । ଜାଲ୍ ପାସ୍‌ପୋର୍ଟ ପ୍ରସ୍ତୁତି ସହିତ ମହିଳାଙ୍କୁ ଆର୍ଜେଣ୍ଟିନାରେ ପହଞ୍ଚିବାରେ ସହାୟତା କରୁଥିବା କେତେକ ଗ୍ୟାଙ୍ଗ୍ ଉପରେ ଆର୍ଜେଣ୍ଟିନା ପୁଲିସ ଲଗାତାର ଚଢ଼ଉ ଚଳାଇଛି । ସେବା ଯୋଗାଇ ଦେବା ପାଇଁ ଏହି ଗ୍ୟାଙ୍ଗ୍‌ଗୁଡ଼ିକ ପ୍ରାୟ ୨୯ ଲକ୍ଷ ଟଙ୍କା ଫି’ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବା ବେଳେ ଚଢ଼ଉ ବେଳେ ଲ୍ୟାପ୍‌ଟପ୍‌, ଇମିଗ୍ରେସନ୍ ଡକ୍ୟୁମେଣ୍ଟ୍ ସହିତ କ୍ୟାସ୍ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking