27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆମେରିକାରୁ ଭାରତ ଫେରିବା ଭୟରେ ଛାତ୍ରୀ ଗାଏବ !

ଆମେରିକାରୁ ଭାରତ ଫେରିବା ଭୟରେ ଛାତ୍ରୀ ଗାଏବ !

ୱାଶିଂଟନ: ଭାରତୀୟ-ଆମେରିକୀୟ ସ୍କୁଲ ଛାତ୍ରୀ ଗତ ୩ ସପ୍ତାହରୁ ନିଖୋଜ ରହିଛନ୍ତି । ଆମେରିକାର ଅର୍କାନସାସଠାରେ ଘଟିଛି ଏହି ଘଟଣା । ଏବେ ଅନେକ କମ୍ପାନୀରେ କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି । ନିଖୋଜ ହୋଇଥିବା ଛାତ୍ରୀଙ୍କ ପିତା କାଳେ ଏହି ସମସ୍ୟାର ସାମ୍ନା କରି ନିଜ ଚାକିରୀ ହରେଇବେ ଓ ପରେ ଭାରତ ଫେରିବେ, ଏହା ଭାବି ଛାତ୍ରୀ ଜଣକ କେଉଁଆଡେ ଗାଏବ ହୋଇଯାଇଥିବା ସ୍ଥାନୀୟ ପୋଲିସ କହିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୧୭ ତାରିଖରେ ନିଖୋଜ ହୋଇଥିବା ଛାତ୍ରୀ ତାନଭି ମାରୁପଲ୍ଲି ଅର୍କାନସାସର କନୱେରେ ନିଜ ପଡୋଶୀ ବନ୍ଧୁ ସହିତ ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି । ଏହାପରେ ସେ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି ।

ପୋଲିସର କହିବାନୁସାରେ ଆମେରିକା ଛାଡ଼ିବା ଭୟରେ ଛାତ୍ରୀ ଜଣକ କେଉଁଆଡ଼େ ଚାଲିଯାଇଛନ୍ତି । ସେପଟେ ନିଖୋଜ ଛାତ୍ରୀଙ୍କ ପିତା କହିଛନ୍ତି ଯେ ସେ ଅନେକ ଦିନରୁ ଆମେରିକାର ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଏଠାକାର ନାଗରକିତ୍ୱ ପାଇଁ ମଧ୍ୟ ଆବେଦନ କରୁଛନ୍ତି । ଦେଶର ଇମିଗ୍ରେସନ ବ୍ୟବସ୍ଥା ଲାଗି କାଳେ ତାଙ୍କୁ ଦେଶରୁ କଢାଯିବ ସେଥିଲାଗି ତାଙ୍କ ଝିଅ ପଳାଇଥିବା କହିଛନ୍ତି ସେ । ନିଖୋଜ ଛାତ୍ରୀଙ୍କ ପିତା ପବନ ରୟ ମାରୁପଲ୍ଲୀ, ଯିଏକି ଟେକ୍ନୋଲୋଜି କମ୍ପାନୀରେ କାର୍ଯ୍ୟରତ । ଅନେକ ଟେକ୍ନୋଲୋଜି ସେକ୍ଟରରେ ଛଟେଇ ଚାଲିଥିବାରୁ ତାଙ୍କର ମଧ୍ୟ ଛଟେଇ ଥିବାର ଆଶଙ୍କା ରହିଥିଲା । ମାତ୍ର ତାଙ୍କ ହାତରୁ ଚାକିରି ଯିବାର ଭୟ ନାହିଁ ବୋଲି ସେ କନୱେ ପୋଲିସକୁ ସ୍ପଷ୍ଟ କରିଛନ୍ତି । ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ ୨ ଲକ୍ଷ ଓଞ କର୍ମଚାରୀଙ୍କୁ ଗତ ନଭେମ୍ବରରେ ଚାକିରିରୁ ଛଟେଇ କରାଯାଇଥିଲା । ଏଥିରେ ଗୁଗଲ, ମାଇକ୍ରୋସଫ୍ଟ, ଫେସବୁକ ଓ ଆମାଜନ କମ୍ପାନୀ ମଧ୍ୟ ସାମିଲ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking