23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାସ୍ତା ମଝିରେ ହାଇଭୋଲ୍‌ଟେଜ୍ ଡ୍ରାମା, ଥରେ ଦେଖନ୍ତୁ ଏହି ଭିଡିଓରେ....

ରାସ୍ତା ମଝିରେ ହାଇଭୋଲ୍‌ଟେଜ୍ ଡ୍ରାମା, ଥରେ ଦେଖନ୍ତୁ ଏହି ଭିଡିଓରେ….

ବ୍ୟୁରୋ: ପ୍ରେମ ମାନେ ନାହିଁ ବନ୍ଧ ବାଡ଼ । ଏହା ଜାତି, ଅଜାତି, ଧନୀ, ଗରିବ, ଧର୍ମ, ବୟସ ଦେଖେ ନାହିଁ । କେତେବେଳେ ମଣିଷ କାହା ପ୍ରେମରେ ପଡ଼ିଯିବ ତାହା କେହିବି କହିପାରିବେ ନାହିଁ । ଭଲ ପାଉଥିବା ମଣିଷକୁ ନିଜର ମନ କଥା କହିବା କୌଣସି ଅପରାଧ ନୁହେଁ, ହେଲେ ଏହା କରିବା ପୂର୍ବରୁ ଏହାର ପରିଣାମ କ’ଣ ହେବ ଏହା ଥରଟେ ଭାବିବା ଉଚିତ୍ । ଏବେ ସୋସିଆଲ୍ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ନିଜ ମନର କଥା କହିବା ପରେ ଯୁବକଙ୍କୁ ଚପଲ ମାଡ଼ ଖାଇବାକୁ ପଡ଼ିଛି । ପ୍ରକୃତରେ ଯୁବକ ଜଣକ ନିଜ ବୟସଠୁ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ । ଏଥିରେ ରାଗିଯାଇ ସମ୍ପୃକ୍ତ ମହିଳା ବିଚ୍ ରାସ୍ତାରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଚପଲରେ ମାଡ଼ ମାରିଥିଲେ ।

ରାସ୍ତା ମଝିରେ ଏହି ହାଇଭୋଲ୍‌ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ରାସ୍ତା ମଝିରେ ପାଟିତୁଣ୍ଡ କରୁଥିବା ବେଳେ ଲୋକମାନେ ଛିଡ଼ା ହୋଇ ଏହା ଦେଖୁଛନ୍ତି । ଏହି ସମୟରେ ଉକ୍ତ ମହିଳା କହୁଛନ୍ତି, ମୋତେ ବହୁତ ଖରାପ କଥା କହିଲା । ଯାହାକି ସର୍ବସମ୍ମୁଖରେ କହିବା ପାଇଁ ମୋତେ ଲାଜ ଲାଗୁଛି । ତା’ ବୟସ କେତେ ଓ ମୋ ବୟସ କେତେ! ସେ ମୋ ବୟସର ନୁହେଁ । ମୋ ଛୁଆ ତା ବୟସର ହେବ । ଏହାପରେ ସମ୍ପୃକ୍ତ ମହିଳା ଯୁବକଙ୍କୁ କହିଥିଲେ, ‘ତୁମକୁ ଟିକେ ଖରାପ ଲାଗୁନି ! ଆଉ ଏବେ କହୁଛ, ଅଙ୍କଲ ଜୀ, ଅଙ୍କଲ ଜୀ । ଖରାପ କଥା କହିବା ପାଇଁ ତୁମକୁ ଟିକେ ଲାଜ ଲାଗିଲା ନାହିଁ । ଏପରିକି ଏସବୁ କଥା ମୁଁ ସର୍ବସମ୍ମୁଖରେ ମଧ୍ୟ କହିପାରିବି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking