ଆଗ୍ରା : ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଆଗ୍ରାର ଜଣେ ବରିଷ୍ଠ ଓକିଲଙ୍କୁ ଶନିବାର ଦିନ ନୂଆ ଆଗ୍ରା ପୋଲିସ ଗିରଫ କରିଛି । ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପୀଡିତା ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।
ପୀଡିତା ଅଭିଯୋଗ କରିଛନ୍ତି ଯେ ଓକିଲ ତାଙ୍କୁ ଏକାଧିକ ଥର ବଳାତ୍କାର କରିଥିଲେ,ତାଙ୍କର ଅଶ୍ଳୀଳ ଭିଡିଓ କରିଥିଲେ ଏବଂ ତାଙ୍କୁ 40 ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ। ମହିଳା କହିଛନ୍ତି ଯେ ସେ ଅନେକ ଥର ପୋଲିସ ନିକଟରେ ପହଂଚି ଏ ନେଇ ଅଭିଯୋଗ କରିଥିଲେ,କିନ୍ତୁ ଯେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ , ସେତେବେଳେ ସେ ତାଙ୍କ ଅସୁବିଧା ବିଷୟରେ ବର୍ଣ୍ଣନା କରିବାକୁ ପୋଲିସ କମିଶନରଙ୍କ ନିକଟକୁ ଯାଇଥିଲେ।
କିଛି ମାସ ପୂର୍ବରୁ ଓକିଲଙ୍କ ଫୋନ୍ ଚୋରି ହୋଇଯାଇଥିଲା 1 ଫୋନରେ ରେକର୍ଡ ହୋଇଥିବା ଅନେକ ମହିଳାଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଶୁକ୍ରବାର ଦିନ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ ଯିଏକି ଓକିଲଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ, ଆଗ୍ରା କମିଶନର ପ୍ରୀତିନ୍ଦର ସିଂଙ୍କ ନିକଟକୁ ଯାଇ ସବୁ କଥା କହିଥିଲେ 1 ଜାନୁଆରୀ 4 ରେ ଓକିଲ ତାଙ୍କୁ ତାଙ୍କ ଘରକୁ ଡାକି ବଳାତ୍କାର କରିଥିଲେ ଏବଂ ତାଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ ଉଠାଇ ଭାଇରାଲ କରିବାକୁ ଧମକଚମକ ଦେଇଥିଲେ ।
କୌତୂହଳର ବିଷୟ ହେଉଛି, ଓକିଲ ସିକନ୍ଦର ପୋଲିସ ଷ୍ଟେସନରେ ମହିଳାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ୨ କୋଟି ଟଙ୍କା ମାଗୁଛନ୍ତି । ସିକନ୍ଦର ପୋଲିସ ଏହି ଅଭିଯୋଗର ତଦନ୍ତ କରିସାରିଛି।
ହେଲେ ମହିଳା ଜଣକ କହିଛନ୍ତି, ମୋ ସ୍ୱାମୀଙ୍କ ସହ ମୋର ଏକ ବିବାଦ ଥିଲା ସେହି ମାମଲାରେ ମୋ ପାଇଁ କୋର୍ଟରେ ଉକ୍ତ ଓକିଲ ପ୍ରତିନିଧିତ୍ୱ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପରିଚୟ ବଢିଥିଲା ।
ପୀଡିତା କହିଛନ୍ତି ଯେ ଲକ ଡାଉନ ସମୟରେ ଆଡଭୋକେଟ୍ ତାଙ୍କ ଘରକୁ ଯିବା ଆସିବା କରିବା ଆରମ୍ଭ କରିଦେଇଥିଲେ ଏବଂ ଦିନେ ସେ ତାଙ୍କ ଘରକୁ ଯାଇ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ସହ ତାଙ୍କର ବିବାଦ ଅଛି ଏବଂ ସେ କିଛି ଦିନ ରହିବାକୁ ସ୍ଥାନ ଚାହୁଁଛନ୍ତି।
ଘରେ ରହୁଥିବାବେଳେ ଆଡଭୋକେଟ୍ ତାଙ୍କୁ ଅନେକ ଥର ବଳାତ୍କାର କରିଥିଲେ ଏବଂ ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ ଯେ ଏହି ଭିଡିଓ ବିକ୍ରି କରି ବହୁ ଟଙ୍କା ରୋଜଗାର ହୋଇପାରିବ ବୋଲି କହୁଥିଲେ । ଏହା ବ୍ୟତୀତ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଓକିଲ ତାଙ୍କଠାରୁ 40 ଲକ୍ଷ ଟଙ୍କା ନେଇଥିଲେ, ଯାହା ସେ ଏପର୍ଯ୍ୟନ୍ତ ଫେରାଇନାହାଁନ୍ତି।
ପୋଲିସ କହିଛି ଯେ ପୀଡିତା ଓକିଲଙ୍କ ବିରୋଧରେ ବଳାତ୍କାର ଏବଂ ଅନ୍ୟାନ୍ୟ ଅପରାଧିକ ଅପରାଧ ଜଡିତ ବୋଲି ଅଭିହିତ କରିଛନ୍ତି ଏବଂ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସମସ୍ତ ପ୍ରକ୍ରିୟା ଆଇନର ବ୍ୟବସ୍ଥା ଅନୁଯାୟୀ କରାଯିବ ବୋଲି ଅଧିକାରୀ କହିଛନ୍ତି।
ପୋଲିସ କମିଶନର କହିଛନ୍ତି ଯେ ମହିଳା ଜଣକ ତାଙ୍କ ନିକଟରେ ହାଜର ହୋଇଥିଲେ ଏବଂ ଯଦି ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଧମକ ଦେଇଥିଲେ। ବର୍ତ୍ତମାନ ପୋଲିସ ଓକିଲଙ୍କୁ ଗିରଫ କରିବା ପରେ ପଚରାଉଚରା କରୁଛି ।