27.1 C
Bhubaneswar
Monday, November 25, 2024
Homeଓଡିଶାହ୍ୟୁମାନ-ଶ୍ରୀୟା ବିବାଦ ତୁଟିଲା; ଦୁହେଁ କହିଲେ- ଆମେ ଏକାଠି ରହିବୁ

ହ୍ୟୁମାନ-ଶ୍ରୀୟା ବିବାଦ ତୁଟିଲା; ଦୁହେଁ କହିଲେ- ଆମେ ଏକାଠି ରହିବୁ

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ଗାୟିକା ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିବାକୁ ଯାଉଛି । ମହିଳା ଥାନାରେ ଉଭୟେ ଆଜି ଏକାଠି ହୋଇ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇଥିବା ନେଇ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଆପୋସ ବୁଝାମଣା ପରେ ଦୁହେଁ ଏକାଠି ରହିବାକୁ ମନସ୍ତ କରିଥିବା ମହିଳା ଥାନାରେ ଜଣାଇଛନ୍ତି । ଦୁହିଁଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦର ସମାଧାନ ହୋଇଛି ଏଣିକି ଉଭୟେ ଏକାଠି ରହିବାକୁ ରାଜି ହୋଇଛନ୍ତି ବୋଲି ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତିି । କିଛି ଦିନ ପରେ ହ୍ୟୁମାନ ସାଗରଙ୍କ ଘରେ ଶ୍ରୀୟା ଆସି ରହିବେ ବୋଲି ସେ କହିଛନ୍ତି । ସେହିପରି ହ୍ୟୁମାନ ଓ ତାଙ୍କ ମା’ ମଧ୍ୟ ଏହି କଥା ଗଣମାଧ୍ୟମକୁ କହିଛନ୍ତି ।

ହ୍ୟୁମାନ ଓ ଶ୍ରୀୟା ଆଜି ମହିଳା ଥାନାରେ ହାଜର ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ଉଦ୍ୟମ କରିଥିଲା । କାଉନସେଲିଂ ବେଳେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ଏକାଠି ରହିବା ପାଇଁ ନିଜ ନିଜର ନିଷ୍ପତ୍ତି ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଜଣାଇଥିଲେ । ସୂଚନାଯୋଗ୍ୟ ହ୍ୟୁମାନ ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ସୃଷ୍ଟ ପାରିବାରିକ ବିବାଦର ଉଗ୍ର ରୂପ ଧାରଣ କରିଥିଲା । ଶ୍ରୀୟା ଶାଶୂ ଘର ଛାଡ଼ି ବାପ ଘରକୁ ଆସି ହ୍ୟୁମାନଙ୍କ ବିରୋଧରେ ଥାନାରେ ଗୁରୁତର ଅଭିଯୋଗ କରିଥିଲେ । ଯୌତୁକ ଓ ଶାରୀରିକ ନିର୍ଯାତନା ସହ ଧର୍ମ ପରିବର୍ତ୍ତନ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଉଛି ବୋଲି ସେ ମହିଳା ଏତଲାରେ ଅଭିଯୋଗ କରିଥିଲେ । ଏହାପରେ ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀୟାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁହିଁଙ୍କୁ ଡାକି ବୁଝାମଣା ପାଇଁ ଚେଷ୍ଟା କରିଥିଲା । ପ୍ରଥମ ପର୍ଯ୍ୟାୟ ଆପୋସ ବୁଝାମଣା ପରେ ଉଭୟଙ୍କୁ ଦୁଇ ଦିନ ସମୟ ଦିଆଯାଇଥିଲା । ସେହିଦିନ ମହିଳା ଥାନାରୁ ବାହାରକୁ ଆସିବା ପରେ ଉଭୟେ ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ।

ଯଦ୍ୱାରା ପରିସ୍ଥିତି ଜଟିଳ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଗ ବଦଳିଲା । ଆଜି ଉଭୟଙ୍କ ମଧ୍ୟରେ ବୁଝାମଣା କରାଯାଇଥିଲା । ସେହି ବୁଝାମଣା ଶେଷ ପରେ ସମାଧାନର ରାସ୍ତା ବାହାରିଥିଲା । ଉଭୟେ ନିଜ ଭୁଲ ବୁଝି ଏକାଠି ହେବାକୁ ସହମତ ହୋଇଥିଲେ । ଏନେଇ ଶ୍ରୀୟା କହିଛନ୍ତି ଯେ ଆମ ଭିତରେ ଥିବା ମନୋମାଳିନ୍ୟ ଓ ସମସ୍ୟାର ସମାଧାନ ହୋଇଛି । ଆମେ ଦୁହେଁ ଏକାଠି ହେବୁ । ସେଥିପାଇଁ ପୁଲିକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀୟା । ସେହିପରି ହ୍ୟୁମାନ ଓ ତାଙ୍କ ମା’ଶେଫାଳି ସୁନା ମଧ୍ୟ କହିଛନ୍ତି ଯେ ଆମ ଭିତରେ ବୁଝାମଣା ହୋଇଯାଇଛି । ଏସିପି ଶ୍ରୀ ମହାପାତ୍ର କହିଛନ୍ତି, ହ୍ୟୁମାନ ଓ ଶ୍ରୀୟାଙ୍କ ବିବାଦ ସମାଧାନ ହୋଇଛି । ଶ୍ରୀୟା ଶାଶୂ ଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଆସିନଥିଲେ । ତେଣୁ ସେ ଆଜି ବାପ ଘରକୁ ଫେରିଯିବେ । ଏଣିକି ଉଭୟେ ଫୋନ୍‌ରେ ପରସ୍ପର ସହ କଥା ହେବେ । ଶ୍ରୀୟାଙ୍କ ଘରକୁ ହ୍ୟୁମାନ ଯିବେ ଓ ତାଙ୍କ ଝିଅ ସହ କଥା ହେବେ । ଶ୍ରୀୟା ମଧ୍ୟ ହ୍ୟୁମାନଙ୍କ ସହ ନିୟମିତ କଥା ହେବେ । ମାସକ ମଧ୍ୟରେ ଶ୍ରୀୟା ନିଷ୍ପତ୍ତି ନେଇ ତାଙ୍କ ଶାଶୂ ଘରକୁ ଫେରିବେ ବୋଲି ଏସିପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking