ଭୁବନେଶ୍ଵର : ଶେଷ ଯାତ୍ରାରେ ନବ ଦାସ। ସରବାହାଲ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିଲା ନବଙ୍କ ମରଶରୀର। ବେହେରାମାଲ କିଶନ ଛକରୁ ଶୋଭାଯାତ୍ରା ବାହାରିଛି। ସାଧାରଣ ଦର୍ଶନ ପାଇଁ ମନମୋହନ ଏମ୍ଇ ସ୍କୁଲରେ ରଖାଯିବ। ଏହାପରେ ସେଠାରୁ ଖେରୁଆଲକୁ ନିଆଯିବ। ଖେରୁଆଲରେ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ପ୍ରିୟର ନେତାଙ୍କୁ ଶେଷ ବିଦାୟ ଦେବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି। ବିଭିନ୍ନ ଦଳର ରାଜନେତା ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି। ରବିବାର ସକାଳୁ ସରକାରୀ ବାସଭବନରୁ ନବ ଦାସଙ୍କ ପାର୍ଥିବ ଶରୀର ବିଜେଡି କାର୍ୟ୍ୟାଳୟକୁ ନିଆଯାଇଥିଲା। ଏହାପରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲା।