34.1 C
Bhubaneswar
Friday, October 18, 2024
Homeଓଡିଶାସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ

ଭୁବନେଶ୍ବର: ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ମଧ୍ୟ  ବିମାନବନ୍ଦରରେ ଉପସ୍ଥିତ ଅଛନ୍ତି। ସେହିପରି କଟକ ବଡ଼ ଡାକ୍ତରଖାନରୁ ସିଟିଭିଏସ, ସର୍ଜରି ଓ ନିଶ୍ଚେତକ ବିଭାଗର ଟିମ ଭୁବନେଶ୍ୱରରେ ପ୍ରସ୍ତୁତ ଅଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆଣୁଥିବା ହେଲିକପ୍ଟରଟି ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍ଣ ୨.୫୫ ମିନିଟରେ ପହଞ୍ଚିବା ନିର୍ଦ୍ଧାରିତ ହୋଇଛି। ସୂଚନା ଅନୁସାରେ ତାଙ୍କୁ ଡାକ୍ତରୀଦଳର ତତ୍ତ୍ବାବଧାନରେ ସଙ୍ଗେସଙ୍ଗେ ଆପୋଲୋ ହସ୍ପିଟାଲ୍ ନିଆଯିବ।

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ ପ୍ରକ୍ରିୟା ଜାରି ରହିଛି। ଏବେ ତାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବରର ଆପୋଲୋ ହସ୍ପିଟ‌ାଲକୁ ଅଣାଯାଉଛି।

ଏୟାର ଲିଫ୍ଟ ହେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking