ପାଟନା: ସାଧାରଣତନ୍ତ୍ର ଦିବସ ପାଳନ କରି ଫେରୁଥିବା ବେଳେ ନାବାଳିକା ସହ ଦୁଷ୍କର୍ମ । ବିହାରସ୍ଥିତ ସିକ୍ରାଉଲ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସିକ୍ରାଉଲ ଥାନା ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ ପାଇଁ ନିଜ ସ୍କୁଲକୁ ଯାଉଥିବା ବେଳେ ଜଣେ ୧୪ ବର୍ଷର ନାବାଳିକା ସହ ଦୁଷ୍କର୍ମ କରାଯାଇଛି । ଏହାକୁ ନେଇ ପୀଡ଼ିତାର ପରିବାର ଲୋକେ ଅଭିଯୋଗ କରିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି । ଏନେଇ ବକ୍ସାର ଏସ୍ପି ମନୀଷ କୁମାର ସୂଚନା ଦେଇଛନ୍ତି । ତିନି ଅଭିଯୁକ୍ତ ନାବାଳିକାକୁ ରାସ୍ତା ଉପରୁ ଅପହରଣ କରି ନେଇ ତା ସହ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ପୀଡିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ବିହାରର ପୁର୍ନିଆରେ ଜଣେ ୩୫ ବର୍ଷିୟା ଶିକ୍ଷୟିତ୍ରୀ ଦାର୍ଜିଲିଂରୁ ଆସିଥିବା ବେଳେ ତାଙ୍କ ସହ ମଧ୍ୟ ଏକ ଚଳନ୍ତା ବସ୍ରେ ଦୁଷ୍କର୍ମ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ ପ୍ରାଣ ଭୟରେ ସେ ବସ୍ରୁ ତଳକୁ ଡେଇଁ ପଡ଼ିଥିଲେ ।
ଯାହାଫଳରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ । ପୀଡିତାଙ୍କୁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସରକାରୀ ମେଡିକାଲରେ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, ନାବାଳିକା ଜଣକ ଘରେ ପହଞ୍ଚିବା ପରେ ତାଙ୍କ ପିତା-ମାତାଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଏହାସହ ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା । ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନିକଟରେ ରାଉରକେଲାରେ ମଧ୍ୟ ପ୍ରେମ-ପତିଶ୍ରୁତି-ପ୍ରତାରଣା । ନିଜ ଧର୍ମ ଲୁଚାଇ ନାବାଳିକାଙ୍କୁ ପ୍ରେମରେ ଫସାଇଥିଲେ ଯୁବକ । ନାବାଳିକାର ଅନିଚ୍ଛା ସତ୍ତ୍ୱେ ରଖିଥିଲେ ଶାରୀରିକ ସମ୍ପର୍କ । କାହାରିକୁ ନକହିବାକୁ ଧମକ ଦେବା ସହ ବିବାହ କରିବାକୁ ଦେଇଥିଲେ ପ୍ରତିଶୃତି । କିନ୍ତୁ ପ୍ରତିଶୃତି ପାଲଟିଗଲା ପ୍ରତାରଣା । ବର୍ତ୍ତମାନ ନାବାଳିକା ଜଣଙ୍କ ୬ ମାସର ଗର୍ଭବତୀ ଥିବା ବେଳେ ଆଉ ଧରା ଛୁଆଁ ଦେଇନଥିଲା ପ୍ରେମିକ । ଥାନାରେ ଅଭିଯୋଗ ପରେ ଶେଷରେ ଠକ ପ୍ରେମିକକୁ ଗିରଫ କରିଛି ପୋଲିସ ।