ନୂଆଦିଲ୍ଲୀ: ଧୀରେ ଧୀରେ ଶେଷ ହେଉଛି ସ୍ମାର୍ଟଫୋନ୍ ଯୁଗ । ଆଗକୁ ଶରୀରରେ ଚିପ୍ସ ସହ ସିମ୍ ସ୍ଥାପନ ବିକଶିତ ହୋଇଛି । ଏହା ସ୍ମାର୍ଟ ଫୋନ୍ ଠାରୁ ବେଶ୍ ଅଧିକ ଉପାଦେୟ ହୋଇପାରିବ ବୋଲି ଗବେଷଣା କରିଥିବା ବୈଜ୍ଞାନିକମାନେ କହିଛନ୍ତି । ମଣିଷ ଶରୀରରେ ଏହି ସିମ୍ ଏବଂ ଚିପ୍ସ ଲଗାଯିବ । ଏହାକୁ ଫ୍ୟୁଚର ଫୋନ୍ ମଧ୍ୟ କୁହାଯାଉଛି । ଏହାଦ୍ୱାର ସ୍ମାର୍ଟଫୋନ୍ର ବ୍ୟବହାର କମ୍ ହେବ ବିଭିନ୍ନ ସାଙ୍କେତିକ ଚିହ୍ନ ବା ଗେସ୍ଚରରେ ଏହା କାର୍ଯ୍ୟ କରିବ । ଏହା ଉପରେ ଜେରଦାର ଗବେଷଣା କରାଯାଉଛି । ତେବେ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ସନ୍ଦେହ ପ୍ରକାଶ କରିଛନ୍ତି । କିଛିଦିନ ତଳେ ନୋକିଆର ସିଇଓ ପେକ୍କା ଲ୍ୟାଣ୍ଡମାର୍କ ଏ ସମ୍ପର୍କରେ ସୂଚନା ଦେଇଥିଲେ ।6G ଆସିବ ବେଳକୁ ସ୍ମାର୍ଟଫୋନ୍ ବ୍ୟବହାର ହ୍ରାସ ପାଇବ ବୋଲି ସେ କହିଛନ୍ତି ।