ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହର ଭୂସ୍ଖଳନର ଶିକାର ହୋଇଥିବାବେଳେ ସେଠାରେ ଶତାଧିକ ବାସଗୃହରେ ଫାଟ ଦୃଶ୍ୟମାନ ହୋଇଛି । ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବାବେଳେ ୧୧୦ଟି ବାସଗୃହକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଘୋଷଣା କରିସାରିଛନ୍ତି । ବିପଦପୂର୍ଣ୍ଣ ଅବସ୍ଥାରେ ଢଳି ପଡିଥିବା ଦୁଇଟି ହୋଟେଲକୁ ଭଙ୍ଗା ଯାଇଛି । ବର୍ତ୍ତମାନ ସହରର ଆଇ ୩ଟି ବିଲ୍ଡିଂ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଗୁଡିକ ମଧ୍ୟରେ ପିଡବ୍ଲ୍ୟୁଡିର ଏକ ସରକାରୀ ଗେଷ୍ଟହାଉସ୍ ଅନ୍ତର୍ଭୁକ୍ତ । ଏଗୁଡିକୁ ଭଙ୍ଗା ନଗଲେ, ଆଖପାଖରେ ଥିବା ଅନ୍ୟ ଘର ପ୍ରତି ଏହା ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି ।