29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି: ରାହୁଲ ଗାନ୍ଧି

ବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି: ରାହୁଲ ଗାନ୍ଧି

ହୋସିୟାରପୁର : ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ହୋସିଆରପୁର ପହଞ୍ଚିଛି। ଏଠାରେ ସାମ୍ବାଦିକଙ୍କ ସହ ରାହୁଲ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନେ କଂଗ୍ରେସରେ ବଋଣ ଗାନ୍ଧିଙ୍କ ଯୋଗଦାନ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରାହୁଲ ମୋ ବିଚାରଧାରା ସହ ତାଙ୍କ ବିଚାରଧାରାର ମେଳ ହେଉ ନଥିବା କହିଛନ୍ତି। ରାହୁଲ କହିଛନ୍ତି ଯେ ମୁଁ ତାଙ୍କୁ କୋଳାଗ୍ରତ କରିପାରେ ଗଳାରେ ଲଗାଇପାରେ ହେଲେ ତାଙ୍କ ବିଚାର ଧାରା ସହ ମୋର ବିଚାର ଧାରର ମେଳ ନାହିଁ।

ରାହୁଲ କହିଛନ୍ତି ଯେ  ବଋଣ ବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି। ତାଙ୍କ ଲାଗି ଅସୁବିଧା ହୋଇପାରେ। ତାଙ୍କର ଓ ମୋ ବିଚାର ଧାରାରେ ଅନେକ ପ୍ରଭେଦ ରହିଛି। ମୋ ବିଚାରଧାରାରେ ମୁଁ ଆରଏସଏସ୍ କାର‌୍ୟ୍ୟାଳୟକୁ ଯାଇ ପାରିବିନି ହେଲେ ସେ ନିର୍ଦ୍ଦ୍ୱନ୍ଦ୍ୱରେ ଯାଇ ପାରୁଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ ମୋ ପରିବାରର ଏକ ବିଚାରଧାରା ରହିଛି। ଏକ ସମୟରେ ବଋଣ ସେହି ବିଚାରଧାରାକୁ ଆପଣେଇଥିଲେ, ବୋଧ ହୁଏ ଆଜି ବି ସେ ସେହି ବିଚାରଧାରାରେ ଥାଇ ପାରନ୍ତି। ଯାହାକୁ ମୁଁ ସ୍ୱୀକାର କରି ନପାରେ ବୋଲି ରାହୁଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking