ସାନ୍ ଫ୍ରାନ୍ସିସ୍କୋ : ଏଲ୍ଜି ଇଲେକ୍ଟେନ୍ନିକ୍ସ ଇତିମଧ୍ୟରେ ମାର୍କେଟରୁ ୮୬ ଇଞ୍ଚ୍ ବିଶିଷ୍ଟ ୫୬,୭୦୦ ସ୍ମାର୍ଟ ଟିଭି ପ୍ରତ୍ୟାହାର କରିନେଇଛି । ୧୦୦ ପାଉଣ୍ଡ ଓଜନ ବିଶିଷ୍ଟ ଏହି ସ୍ମାର୍ଟଟିଭିକୁ ଷ୍ଟାଣ୍ଡ ଉପରେ ରଖାଯାଉଥିବାବେଳେ ଏହା ହଠାତ୍ ତଳକୁ ଖସିପଡୁଥିବାରୁ ଦୁର୍ଘଟଣା ଘଟୁଛି। ଏପରିକି କେତେକ କ୍ଷେତ୍ରରେ ବୟସ୍କ ଓ ପିଲାଙ୍କର ମୃତ୍ୟୁ ମଧ୍ୟ ଘଟିସାରିଛି । ଏହି ଟିଭି ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଅସୁରକ୍ଷିତ ଏବଂ ଓଲଟି ପଡିଥିବା ନେଇ କମ୍ପାନୀ ନିକଟରେ ୨୨ଟି ଅଭିଯୋଗ ପହଞ୍ଚି ସାରିଛି ।
୨୦୨୨ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ କମ୍ପାନୀ ଆମେରିକା ଓ ଅନ୍ୟ ରାଷ୍ଟ୍ରରେ ଏହି ବ୍ରାଣ୍ଡ୍ ଟିଭି ୧୧୦୦ରୁ ୧୯୦୦ ଡଲାର ମଧ୍ୟରେ ବିକ୍ରି କରିସାରିଛି । ତ୍ରୁଟିଯୁକ୍ତ ଷ୍ଟାଣ୍ଡ ଯୋଗୁଁ କମ୍ପାନୀ ଅ।।େମେରିକା ମାର୍କେଟରୁ ୫୨ ହଜାର, କାନାଡା ମାର୍କେଟରୁ ୧୮୦୦ ଓ ମେକ୍ସିକୋ ମାର୍କେଟରୁ ୨୯୦୦ ଟିଭି ଫେରାଇ ଆଣିଛି । ଏହି ସ୍ମାର୍ଟ ଟିଭି ୪୩.୫ ଇଞ୍ଚ୍ ଉଚ୍ଚ, ୭୬ ଇଞ୍ଚ୍ ଚଉଡା, ଡାଏଗୋନାଲି (ସ୍କ୍ରିନ୍ର ଗୋଟିଏ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ) ୮୬ ଇଞ୍ଚ୍ ବୋଲି ଜଣାପଡିଛି । ଏଭଳି ଟିଭି କିଣିଥିବା ଅଧିକାଂଶ ଗ୍ରାହକ ତୁରନ୍ତ ଟିଭି ଷ୍ଟାଣ୍ଡ୍କୁ ଅଲଗା କରିବାକୁ ଦାବି କରିଛନ୍ତି । ଫଳରେ ସେମାନେ ନିଜ ବ୍ୟବସ୍ଥାରେ ଏହାକୁ ରଖିବେ ବୋଲି କହିଛନ୍ତି ।