ପାରାଦୀପ: ପୁଣି ୧୦୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କଲା ପାରାଦୀପ ବନ୍ଦର । ଗତବର୍ଷ ଶହେ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବା ପାଇଁ ୩୨୪ଦିନ ଲାଗିଥିବା ବେଳେ ଚଳିତବର୍ଷ ସେତିକି ପଣ୍ୟ କାରବାର ପାଇଁ ୨୮୨ଦିନ ଲାଗିଛି । ୪୦ ଦିନ ପୂର୍ବରୁ ଶହେ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଏହି ରେକର୍ଡ କରିଛି ପାରାଦୀପ ବନ୍ଦର । ପୂର୍ବରୁ ପଣ୍ୟ କାରବାର କ୍ଷେତ୍ରରେ ଶହେ ମିଲିୟନ୍ ମେଟ୍ରିକ ଟନ୍ ହୋଇଥିଲେ ମଧ୍ୟ ଚଳିତବର୍ଷର ରେକର୍ଡ ବହୁ ପୂର୍ବରୁ ପାରାଦୀପ ବନ୍ଦର କରିପାରିଛି ବୋଲି ବନ୍ଦର ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି ।
ତେବେ ୨୦୨୨/୨୩ ବର୍ଷ ଶେଷ ସୁଦ୍ଧା ୧୩୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଲକ୍ଷ୍ୟ ରଖିଥିବା ବେଳେ ଏହି ରେକର୍ଡକୁ ନେଇ ବନ୍ଦରର ସମସ୍ତ ଅଧିକାରୀ,ସମସ୍ତ ଟିମ୍,କର୍ମଚାରୀ, ରପ୍ତାନୀ ଓ ଆମଦାନୀ କାରି,ଷ୍ଟିଭେଡୋର୍ସ, କଷ୍ଟମ, ରେଲୱେ ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।
ଚଳିତବର୍ଷ ପ୍ରଥମ ଥର ପାଇଁ ଗୁଜରାଟ, ରାଜସ୍ଥାନ, ହରିୟଣା ଓ ୟୁପିକୁ ଥର୍ମାଲ କୋଲ୍ ପରିବହନ ହେବା ସହିତ ବନ୍ଦରର ବର୍ଥକୁ ୧୮ ମିଟର ଗଭୀର କରାଯାଇ ବନ୍ଦରରେ କେପ୍ ସାଇଜ଼ ଜାହାଜ ଲାଗିବା ପାଇଁ ମାର୍ଚ୍ଚରୁ ଆରମ୍ଭ ହେବ ଓ୍ବେଷ୍ଟର୍ଣ୍ଣ ଡକ୍ ପ୍ରୋଜେକ୍ଟ । ସବୁ ବିଭାଗରେ ଉନ୍ନତ ହେଉଛି ପାରାଦୀପ ବନ୍ଦର । ଚଳିତବର୍ଷ ଠାରୁ ଆସନ୍ତା ତିନି ବର୍ଷ ପର୍ୟ୍ୟନ୍ତ ପାରାଦୀପ ବନ୍ଦର ବନ୍ଦର ପକ୍ଷରୁ କୌଣସି ଶୁଳ୍କ ବଢାଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।