27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାମ ମନ୍ଦିର ଉଦ୍‌ଘାଟନ ତାରିଖ ଘୋଷଣା କରିବାରୁ ଅମିତ ଶାହଙ୍କୁ ତାଚ୍ଛଲ୍ୟ କରି କହିଲେ ଖଡ଼ଗେ

ରାମ ମନ୍ଦିର ଉଦ୍‌ଘାଟନ ତାରିଖ ଘୋଷଣା କରିବାରୁ ଅମିତ ଶାହଙ୍କୁ ତାଚ୍ଛଲ୍ୟ କରି କହିଲେ ଖଡ଼ଗେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନ ତାରିଖ ଘୋ‌ଷଣା କରିଥିବାରୁ ଟାର୍ଗେଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।  କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କୁ ସମାଲୋଚନା କରିବା ସହିତ ଏ ପ୍ରସଙ୍ଗରେ ଶାହଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ହରିୟାଣାର ପାନିପଥରେ ‘ଭାରତ ଯୋଡ଼ୋ ଯାତ୍ରା’ ରେ ଯୋଗ ଦେଇଥିଲେ ଖଡଗେ। ସେଠାରେ ଆୟୋଜିତ ରାଲିରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଉଦ୍‌ବୋଧନ ଦେଇ ଖଡ଼ଗେ ଶହାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଦେଶର ନିରାପତ୍ତାକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ଅମିତ ଶାହ ମନ୍ଦିର ପ୍ରସଙ୍ଗରେ କାହିଁକି ମନ୍ତବ୍ୟ ଦେଉଛନ୍ତି।

ଖଡଗେ କହିଛନ୍ତି, ଆଗକୁ ତ୍ରିପୁରାରେ ନିର୍ବାଚନ ଅଛି। ସେଠାକୁ ଯାଇ ଅମିତ ଶାହ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଚାଲିଛି। ୨୦୨୪ ଜାନୁଆରି ୧ ତାରିଖ ଦିନ ତାହା ଉଦ୍‌ଘାଟନ କରାଯିବ। ଈଶ୍ବରଙ୍କ ଉପରେ ସମସ୍ତଙ୍କର ବିଶ୍ବାସ ଅଛି, କିନ୍ତୁ ନିର୍ବାଚନ ସମୟରେ ଆପଣ କାହିଁକି ଏ

ଖଡଗେ ଶାହଙ୍କୁ ଟାର୍ଗେଟ୍ କରି ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ କ’ଣ ରାମ ମନ୍ଦିରର ମହନ୍ତ? ଏ କଥା ମହନ୍ତ ଓ ସାଧୁସନ୍ଥମାନେ କହିବା ଠିକ୍। ମନ୍ଦିର ଉଦ୍‌ଘାଟନ ହେବା କଥା କହିବାକୁ ଆପଣ କିଏ? ଆପଣ ଜଣେ ରାଜନେତା। ଆପଣଙ୍କ କର୍ତ୍ତବ୍ୟ ହେଲା, ଦେଶକୁ ସୁରକ୍ଷିତ ରଖିବା, ଆଇନଶୃଙ୍ଖଳା ବଜାୟ ରଖିବା, ଜନତାଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା, କୃଷକମାନଙ୍କ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା କଥା। ତେଣୁ ଏ ପ୍ରସଙ୍ଗରେ ନ କହିବା ଭଲ।

ଅନ୍ୟପଟେ ଅମିତ ଶାହା କହିଛନ୍ତି ଯେ ଜାନୁଆରୀ 2024ରେ ରାମ ମନ୍ଦିର ଉଦଘାଟନ ହେବ।  ସେହିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ତାଙ୍କ କାର୍ଯ୍ୟ ଭାର ସମ୍ଭାଳିବେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking