20.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶସମ୍ମେଦ ଶିଖର ତୀର୍ଥସ୍ଥଳ ମାନ୍ୟତା ବଜାୟ: ଇକୋ ଟୁରିଜିମ୍ ଗତିବିଧି ଉପରେ ତତ୍କାଳ ରୋକ୍ ପାଇଁ...

ସମ୍ମେଦ ଶିଖର ତୀର୍ଥସ୍ଥଳ ମାନ୍ୟତା ବଜାୟ: ଇକୋ ଟୁରିଜିମ୍ ଗତିବିଧି ଉପରେ ତତ୍କାଳ ରୋକ୍ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତିକ୍ରମେ ଝାଡ଼ଖଣ୍ଡର ପାରସନାଥସ୍ଥିତ ଜୈନ ସମ୍ପ୍ରଦାୟର ପବିତ୍ର ତୀର୍ଥସ୍ଥଳ ସମ୍ମେଦ ଶିଖରଜୀର ମାନ୍ୟତା ପୂର୍ବପରି ବଳବତ୍ତର ରହିବ । ତିନିବର୍ଷ ପୂର୍ବର ନିଜ ଆଦେଶକୁ ଗୁରୁବାର କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ଏକ ନୋଟିଫିକେସନ୍‌ରେ ସମସ୍ତ ପର୍ଯ୍ୟଟନ ଏବଂ ଇକୋ ଟୁରିଜିମ୍ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ଜୈନ୍ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହିତ ମନ୍ତ୍ରୀ ଯାଦବଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ପାରସନାଥ ପର୍ବତ କ୍ଷେତ୍ରରେ ଡ୍ରଗ୍ସ ଏବଂ ନିଶା ପଦାର୍ଥ ବିକ୍ରି, ତୀବ୍ର ଶବ୍ଦରେ ସଙ୍ଗୀତ ବଜାଇବା, ଲାଉଡ୍‌ସ୍ପିକର୍ ବ୍ୟବହାର, ପ୍ରକୃତିକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟ, ପାଳିତ ପଶୁଙ୍କୁ ଆଣିବା, କ୍ୟାମ୍ପିଙ୍ଗ୍ ଏବଂ ଟ୍ରାକିଂ ପାଇଁ ଅନୁମତି ମିଳିବ ନାହିଁ ବୋଲି ମନ୍ତ୍ରୀଙ୍କ ପକ୍ଷରୁ ଜାରି ଏକ ସୋସିଆଲ୍ ମିଡିଆ ପୋଷ୍ଟ୍‌ରେ କୁହାଯାଇଛି । ଏହି ସମସ୍ତ ନିୟମର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିନିଧିମଣ୍ଡଳୀକୁ ଆଶ୍ୱାସନା ଦେଇ ମନ୍ତ୍ରୀ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ମେଦ ଶିଖରଜୀ ସମେତ ଜୈନ୍ ସମାଜର ସମସ୍ତ ଧାର୍ମିକସ୍ଥଳ ଉପରେ ସେମାନଙ୍କ ଅଧିକାର ଏବଂ ସଂରକ୍ଷଣ ନେଇ ଅଙ୍ଗୀକାରବଦ୍ଧ । ୨୦୧୯ରେ କେନ୍ଦ୍ର ସରକାର ସମ୍ମେଦ ଶିଖରକୁ ଇକୋ ସେନ୍‌ସିଟିଭ୍ ଜୋନ୍ ଘୋଷିତ କରିଥିଲେ । ଏହାପରେ ଝାଡ଼ଖଣ୍ଡ ସରକାର ଏକ ସଂକଳ୍ପ ଜାରି କରି ଜିଲ୍ଲା ପ୍ରଶାସନର ସୁପାରିସକ୍ରମେ ୨୦୨୨ ଫେବୃଆରୀରେ ଏହାକୁ ପର୍ଯ୍ୟଟନସ୍ଥଳ ଘୋଷଣା କରିଥିଲେ । ଗିରିଡ଼ିହ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନସ୍ଥଳ ଆଖପାଖରେ ମଦ ଏବଂ ମାଂସ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ଦେଇଥିଲେ । ଏହାପରେ ହିଁ ପୂରା ବିବାଦ ଆରମ୍ଭ ହୋଇଥିଲା ଏବଂ ଜୈନ୍ ସମାଜ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା । ଉଲ୍ଲେଖଯୋଗ୍ୟ, ସମ୍ମେଦ ଶିଖରଜୀ ଜୈନ୍ ସମ୍ପ୍ରଦାର ଏକ ପବିତ୍ରସ୍ଥଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking