ନୂଆଦିଲ୍ଲୀ: ଭାରତ ଏବଂ ଚୀନ ସୀମାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟରାରେ ଭାରତର ୧୬ ଯବାନ ସହିଦ ହୋଇଥିବା ଜାଣିବାକୁ ମିଳିଛି । ଉତ୍ତର ସିକିମ ଜେମା ନିକଟରେ ସେନାଙ୍କୁ ନେଇ ଯିବା ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି ।
ବାଟରେ ଯିବା ସମୟରେ ଗଭୀର ଖାତକୁ ଖସିପଡିଛି ସେନାଙ୍କ ଗାଡି । ଫଳରେ ୧୬ ଜଣ ଭାରତୀୟ ଯବାନ ଘଟଣାସ୍ଥଳରେ ସହିଦ ହୋଇଛନ୍ତି । ସେହିପରି ଦୁର୍ଘଟଣାରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ତେବେ ଏମାନଙ୍କୁ ଉଦ୍ଧାର କରାଯାଇ ଏୟାରଲିଫ୍ଟ ଜରିଆରେ ବେଙ୍ଗଲ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି ।