18.1 C
Bhubaneswar
Monday, November 25, 2024
Homeଓଡିଶାଓକିଲ ଆନ୍ଦୋଳନ ଘଟଣା : ଆଉ ୮ ଜଣ ଗିରଫ

ଓକିଲ ଆନ୍ଦୋଳନ ଘଟଣା : ଆଉ ୮ ଜଣ ଗିରଫ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ କରି ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ଜଣଙ୍କୁ ବାନ୍ଧିଛି ପୁଲିସ। ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଥିବା ଜଣାଯାଇଛି। ସିସିଟିଭି ଫୁଟେଜରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଅନ୍ୟ ଆନ୍ଦୋଳନକାରୀମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଏଯାଏ ୨୩ ଜଣଙ୍କୁ ଗିରଫ କରିଛି ପୁଲିସ।ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଡ଼ା ଆଦେଶ ପରେ ସମ୍ବଲପୁର ଟାଉନ ଥାନା ପୁଲିସ ମଧ୍ୟ ତତ୍ପରତା ଦେଖାଇଥିଲା ପୂର୍ବରୁ ୨ ଜଣ ମହିଳା ଆଇନଜୀବୀଙ୍କ ସମେତ ମୋଟ୍ ୧୫ ଜଣ ଆଇନଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା` ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking