ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ଲାଗିଥିବା ସାଇବରାବାଦ୍ ପୁଲିସ ସବୁଠୁ ବଡ଼ ଅନ୍ଲାଇନ୍ ସେକ୍ସ ର୍ୟାକେଟ୍ର ପର୍ଦ୍ଦାଫାସ୍ କରିଛି। ଉପି ୩୯ ମାମଲା ରୁଜୁକରି ୧୭ ଜଣଙ୍କୁ ଗିରଫ କରିଛି । ପୁଲିସ୍ର ଆଣ୍ଟି ସ୍ମଗଲିଂ ବିଭାଗ ଦେଶର ବିଭିନ୍ନ ରାଜ୍ୟ ଏବଂ କେତେକ ବିଦେଶୀଙ୍କ ସମେତ ୧୪,୧୯୦ ପୀଡ଼ିତଙ୍କୁ ଏହି ସେକ୍ସ ର୍ୟାକେଟ୍ କବଳରୁ ବଞ୍ଚାଇଛି ।
ଅନ୍ଲାଇନ୍ ସେକ୍ସ ର୍ୟାକେଟ୍ ବିରୋଧରେ ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ତେଲେଙ୍ଗାନା ପୁଲିସ କହିଛି । ସାଇବରାବାଦ ପୁଲିସ କମିଶନର୍ ଷ୍ଟିଫେନ୍ ରବୀନ୍ଦ୍ର କହିଛନ୍ତି, ସେକ୍ସ ର୍ୟାକେଟ୍ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ୱେବ୍ସାଇଟ୍, ମୋବାଇ ଫୋନ୍ ଆଧାରିତ ଆପ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ମାଧ୍ୟମରେ ଚାଲିଥିଲା । ଏହା ବିରୋଧରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ସହିତ ଅଭିଯାନ ଚଳାଇଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତଙ୍କ ବାହନ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଏକ ପ୍ରମୁଖ ହୋଟେଲ୍ର ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଥିବା କମିଶନର୍ ରବୀନ୍ଦ୍ର କହିଛନ୍ତି ।