28.1 C
Bhubaneswar
Sunday, November 24, 2024
Homeଓଡିଶାକିଛି ବିଦେଶୀ ଶକ୍ତି ଓଡିଶାକୁ ଲୁଟିବାକୁ ଚାହୁଁଛନ୍ତି : ସଂଜୟ

କିଛି ବିଦେଶୀ ଶକ୍ତି ଓଡିଶାକୁ ଲୁଟିବାକୁ ଚାହୁଁଛନ୍ତି : ସଂଜୟ

ପୁରୀ : ଜନସମ୍ପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଲେ ସଂଜୟ । ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ । କିଛି ବିଦେଶୀ ଶକ୍ତି ଓଡିଶାକୁ ଲୁଟିବାକୁ ଚାହୁଁଛନ୍ତି କହିଲେ ସଂଜୟ । ପୁରୀ ସଦର ବ୍ଲକ ମାଳସାହିରେ ପଦଯାତ୍ରାରେ ସଂଜୟଙ୍କ ବୟାନ । ଓଡିଶାର ଖଣିଜ ସମ୍ପଦ , ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି । ସେମାନେ ଭାବୁଛନ୍ତି ଓଡିଶାକୁ ଲୁଟି ପଳାଇବେ । ସେମାନଙ୍କୁ ପରାସ୍ତ କରିବାକୁ ପଡିବ , ଷଡ ଯନ୍ତ୍ର ପଣ୍ଡ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ମୋତେ ମନ୍ତ୍ରୀ କରିଥିଲେ , ବଡ ବଡ ପଦବୀ ଦେଇଥିଲେ । ହାରିଲା ପରେ ବି ଯୋଜନା ବୋର୍ଡ ଉପାଧ୍ୟକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ପରିସ୍ଥିତି ବଦଳି ଯାଇଛି ବୋଲି କହିଲେ ସଂଜୟ ଦାସ ବର୍ମା । ଆଜି ପରିସ୍ଥିତି ବଦଳି ଯାଇଛି , ଆମକୁ ସତର୍କ ରହିବାକୁ ପଡିବ । ଏ ଷଡଯନ୍ତ୍ରର ଉଚିତ ଜବାବ ଦିଆଯିବ କହିଲେ ସଂଜୟ ଦାସ ବର୍ମା । କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ମାନିଯିବେ । କିନ୍ତୁ ମୁଁ କହି ରଖିବାକୁ ଚାହେଁ ଆମେ ଯେଉଁ ମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ୱାଭିମାନ ସହିତ ଆନ୍ଦୋଳନ ପ୍ରତି ଥିଲୁ । କିନ୍ତୁ ଆମେ ମୁରିଯିବୁ ସିନା , ସାଲିସ ରାଜନୀତିରେ ବ୍ରହ୍ମଗିରିକୁ ଭସେଇ ଦେବୁନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking