33.1 C
Bhubaneswar
Saturday, October 5, 2024
Homeସ୍ୱାସ୍ଥ୍ୟକାଜୁ ଖାଇବା ଦ୍ୱାରା ବଢିଥାଏ ବ୍ୟାଡ୍ କୋଲେଷ୍ଟ୍ରଲ୍

କାଜୁ ଖାଇବା ଦ୍ୱାରା ବଢିଥାଏ ବ୍ୟାଡ୍ କୋଲେଷ୍ଟ୍ରଲ୍

ନୂଆଦିଲ୍ଲୀ : କାଜୁ ଏପରି ଏକ ଡ୍ରାଇ ଫ୍ରୁଟ୍ ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ। କାଜୁରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏଥିରେ ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍ ଏବଂ ଫସଫରସ୍ ଭରପୂର ରହିଥାଏ। ଏହା ବ୍ୟତୀତ କାଜୁରେ ଭିଟାମିନ୍ ଇ, ଭିଟାମିନ୍ ବି ୬ ଏବଂ ଫୋଲିକ୍ ଏସିଡ୍ ରହିଥାଏ, ଯେଉଁ କାରଣରୁ ଲୋକମାନେ ଅନୁଭବ କରନ୍ତି ଯେ ଏହାକୁ ଖାଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ୍ ବଢିପାରେ। ତେବେ ଆସନ୍ତୁ ଜାଣିବା କାଜୁ ଖାଇବାର ଲାଭ କ’ଣ ଏବଂ ଏଥିରେ ବ୍ୟାଡ୍ କୋଲେଷ୍ଟ୍ରଲ ବଢେ କି ନାହିଁ।

କାଜୁ ଖାଇବାର ଫାଇଦା :

କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଜିଆକ୍ସାଣ୍ଟିନ୍ ଏବଂ ଲୁଟିନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କାଜୁ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। କାରଣ ଏଥିରେ ଭଲ ପରିମାଣର ପ୍ରୋଟିନ୍ ମିଳିଥାଏ। ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ କାଜୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ ।

ଶୀତଦିନେ କାଜୁ ଖାଇବା ଲାଭଦାୟକ ହୋଇଥାଏ : କାଜୁ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ। ଏହା ବ୍ୟତୀତ ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ଶୀତଦିନେ ଯେଉଁମାନେ ନିଜ ଖାଦ୍ୟରେ କାଜୁ ଅନ୍ତର୍ଭୁକ୍ତ କରନ୍ତି ସେମାନେ ଅନେକ ସ୍ୱାସ୍ଥ୍ୟ ଉପକାର ପାଆନ୍ତି। ଏଥିରେ ଥିବା ଫୋଲିକ୍ ଏସିଡ୍ ହୃଦଘାତର ଆଶଙ୍କାକୁ ହ୍ରାସ କରିଥାଏ।

କିଛି ଲୋକ ବିଶ୍ୱାସ କରନ୍ତି, କାଜୁ ଖାଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବଢିଥାଏ। ସେଲିବ୍ରିଟି ଡାଏଟିସିଆନ୍ ରୁଜୁତା ଦିୱେକର୍ ଏହି କଥାକୁ ସମ୍ପୂର୍ଣ୍ଣ ଭୁଲ୍ କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ କହିଛନ୍ତି, କାଜୁ ଖାଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବୃଦ୍ଧି ହୁଏ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking