ନୂଆଦିଲ୍ଲୀ : ଚଳିତ ଆର୍ôଥକବର୍ଷର ନଭେମ୍ବର ୧୦ ସୁଦ୍ଧା ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୩୧ ପ୍ରତିଶତ ଅର୍ଥାତ ୧୦.୫୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ଏଥିମଧ୍ୟରେ ଆୟକର ଓ କର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ । ଗତବର୍ଷ ତୁଳନାରେ ଏବର୍ଷର୍ ଆୟକର ଆଦାୟ ପରିମାଣରେ ୪୧ ପ୍ର୍ରତିଶତ ଏବଂ କର୍ପୋରେଟ୍ ଟିକସ ଆଦାୟ ପରିମାଣରେ ୨୨ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଇଛି। ରିଫଣ୍ଡ୍ ପରିମାଣ ଆଡ୍ଜଷ୍ଟ କରାଯିବାପରେ ଚଳିତବର୍ଷ ଏପ୍ରିଲ ୧ରୁ ନଭେମ୍ବର ୧୦ ମଧ୍ୟରେ ଆୟକର ବାବଦକୁ ୮.୭୧ ଲକ୍ଷ କୋଟି ଟଙ୍କା ଆଦାୟ ହୋଇସାରିଛି । ୨୦୨୨-୨୩ ବଜେଟ୍ ଆକଳନ ଅନୁଯାୟୀ ଏହି ଆଦାୟ ପରିମାଣ ୬୧.୩୧ ପ୍ରତିଶତ ବୋଲି କୁହାଯାଇଛି। ଚଳିତ ଆର୍ôଥକବର୍ଷ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୧୪.୨୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗତ ଆର୍ôଥକବର୍ଷ (୨୦୨୧-୨୨) ତୁଳନାରେ ଏହା ଯଥେଷ୍ଟ ଅଧିକ ହେବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଏପ୍ରିଲ ୧ରୁ ନଭେମ୍ବର ୧୦ ମଧ୍ୟରେ ଆୟକର ରିଫଣ୍ଡ ବାବଦକୁ ୧.୮୩ ଲକ୍ଷ କୋଟି ଟଙ୍କା ଫେରସ୍ତ କରାଯାଇଥିବା ଜଣାପଡିଛି । ଗତବର୍ଷ ଏହି ସମୟ ତୁଳନାରେ ଏହା ୬୧ ପ୍ରତିଶତ ଅଧିକ । ଚଳିତ ନଭେମ୍ବର ୧୦ ସୁଦ୍ଧା ଜିଏସ୍ଟି ଆଦାୟ ପରିମାଣ ପ୍ରତି ମାସରେ ହାରାହାରି ୧.୪୫ରୁ ୧.୫୦ ଲକ୍ଷ କୋଟି ଟଙ୍କା ମଧ୍ୟରେ ରହୁଥିବା ଜଣାପଡିଛି ।