ଭଦ୍ରକ : ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ଧାମନଗର ଉପନିର୍ବାଚନରେ ଫଳାଫଳ ଘୋଷଣା ଜାରି ରହିଛି । ମୋଟ ୧୮ଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମରୁ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । ୧୮ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୭୪୨ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୭୯୮୪୯ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୭୦୧୦୭। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୩୪୮୭ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୮୦୯୪ ଭୋଟ ପାଇଛନ୍ତି ।
ଧାମନଗର ଫଳାଫଳ: ୧୭ତମ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ