ଭଦ୍ରକ : ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ଧାମନଗର ଉପନିର୍ବାଚନରେ ଫଳାଫଳ ଘୋଷଣା ଜାରି ରହିଛି । ମୋଟ ୧୪ଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମରୁ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । ୧୪ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୧ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୬୩,୦୩୧ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୫୫,୩୭୦। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୨୬୦୨ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୭୧୭୨ ଭୋଟ ପାଇଛନ୍ତି ।
ଧାମନଗର ଫଳାଫଳ: ୧୩ତମ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ