ଭଦ୍ରକ : ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ଧାମନଗର ଉପନିର୍ବାଚନରେ ଫଳାଫଳ ଘୋଷଣା ଜାରି ରହିଛି । ମୋଟ ୧୩ଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମରୁ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି । ୧୩ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୭୫୫ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୫୮, ୩୩୨ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୫୧,୫୭୭ । ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୨୬୦୨ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୬୮୯୨ ଭୋଟ ପାଇଛନ୍ତି ।
ଧାମନଗର ଫଳାଫଳ: ୧୨ତମ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ