33.1 C
Bhubaneswar
Saturday, October 5, 2024
Homeଓଡିଶାଏମିତିବି ମୃତ୍ୟୁ ଆସେ: ବସ୍ ଚାଳନାବେଳେ ଚାଲିଗଲା ଜୀବନ

ଏମିତିବି ମୃତ୍ୟୁ ଆସେ: ବସ୍ ଚାଳନାବେଳେ ଚାଲିଗଲା ଜୀବନ

ବାରିକପୁର: ମୃତ୍ୟୁ ଅନିବାର୍ଯ୍ୟ ହୋଇଥିଲେ ସୁଦ୍ଧା ତାହା କେତେବେଳେ କେଉଁଠି ଆସିବ କହିହେବ ନାହିଁ । ଭଣ୍ଡାରିପୋଖରୀ ବ୍ଲକ ବଜାର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ଉପରେ ଏଭଳି ଏକ ଆକସ୍ମିକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଗତ ଗୁରୁବାର ଦିନ ପ୍ରାୟ ୩ଟାରେ ଏକ ଯାତ୍ରୀବାହୀ ବସ୍ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଡ୍ରାଇଭରଙ୍କ ଅଭାବନୀୟ ମୃତ୍ୟୁ ହୋଇଛି ।

ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ଗତିଶୀଳ ଥିବା ସମୟରେ ଗାଡ଼ି ଚାଳକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ଏକ ମୃଦୁ ହୃଦ୍‌ଘାତ ବୋଲି ଡ୍ରାଇଭର ଅନୁଭବ କରିବା ସହ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସଟିକୁ ରାସ୍ତା ଉପରେ କୌଶଳ କରି ରାସ୍ତା ଉପରେ ଠିଆ କରିଥିଲେ । ଏହାରି ମଧ୍ୟରେ ଗୁରୁତର ହୋଇଥିବା ଚାଳକଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପ୍ରାୟ ଆସନ୍ନ ହୋଇଥିଲେ ସୁଦ୍ଧା ଅନେକ ଯାତ୍ରୀଙ୍କୁ ବଞ୍ଚାଇ ନିଜ ଜୀବନ ଚାଲିଯାଇଥିବା ଡ୍ରାଇଭରଙ୍କୁ ନେଇ କିଛି ସମୟ ପାଇଁ ଏକ ଶୋକର ବାତାବରଣ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking