ଭୁବନେଶ୍ୱର: ପ୍ରେମ ପାଇଁ ଅଦିନରେ ଲିଭି ଯାଉଛି ଅନେକ ମୂଲ୍ୟବାନ ଜୀବନ । ପ୍ରେମିକ-ପ୍ରେମିକା ଝଗଡା ଯୋଗୁଁ ଗୁରୁବାର ଦିନ ରାଜଧାନୀର ୨ ଥାନା ଅଞ୍ଚଳରେ ଝୁଲି ପଡିଲେ ୨ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଗଣ୍ଡିଲୋ ଗ୍ରାମରେ ଏବଂ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରରେ । ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମୃତ ଛାତ୍ରୀ ହେଲେ ନୟାଗଡ ଜିଲ୍ଲା ଶରଣକୁଳର ସ୍ନେହଲତା ସ୍ୱାଇଁ (୨୬) । ଲକ୍ଷ୍ମୀସାଗର ଥାନା ପୁଲିସ ସ୍ନେହଲତାଙ୍କ ମୃତ ଦେହକୁ ଜବତ କରିବା ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପ୍ରେମିକା ସହ ଝଗଡା ପରେ ପ୍ରେମିକା ସ୍ନେହଲତା ଆତ୍ମହତ୍ୟା କରିଥିବା କହିଛନ୍ତି ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି । ଦରକାର ପଡିଲେ ପ୍ରେମିକାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବ ବୋଲି ଥାନାଅଧିକାରୀ କହିଛନ୍ତି । ମୃତ ସ୍ନେହଲତା ସାମନ୍ତରାପୁରରେ ଥିବା ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ଅନ୍ୟ ପଟେ ବାଲିଅନ୍ତା ଅନ୍ତର୍ଗତ ଗଣ୍ଡିଲୋ ଗାଁରେ ଅନୁପମା ନାୟକ(୨୨) ନାମକ ଏମବିଏ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପୁଲିସ ଅନୁପମାଙ୍କ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି । ପ୍ରେମ ପାଇଁ ସେ ମଧ୍ୟ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ସୂଚନା ମୁତାବକ, ଗୁରୁବାର ସକାଳେ ସ୍ନେହଲତାଙ୍କ ସାଙ୍ଗମାନଙ୍କ ସହ ରହୁଥିବାମେସକୁ ଫେରିଥିଲେ । ତାଙ୍କର ଅନ୍ୟ ଜଣେ ସାଙ୍ଗ ଅଫିସ ବାରହାରିଯିବା ପରେ ସ୍ନେହଲତା ରୁମରେ ଏକକୀ ରହିଥିଲେ । । ପରେ ସ୍ନହଲତାଙ୍କ ସାଙ୍ଗ ଫୋନ କରିଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ସନ୍ଦେହରରେ ରୁମକୁ ଫେରିଥିଲେ । ରୁମ ଭିତରୁ କବାଟ ଭିତର ପଟରୁ ବନ୍ଦ ଥିବା ବେଳେ ଯେତେେ ଡାକିଲେ ବି କବାଟ ଖେଲିନଥିଲେ । ଏନେଇ ସ୍ନେହଲତାଙ୍କ ସାଙ୍ଗ ତୁରନ୍ତ ପୁଲିସକୁ ଜଣାଇଥିଲେ । କମିଶନରେଟ୍ ପୁଲିସ ଘଟଣାସ୍ଥଳରେ ପହଞ୍ôଚ କବାଟ ଭାଙ୍ଗି ଦେଖିବାରୁ ସ୍ନେହଲତା ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା । ପରେ ଏନେଇ ସ୍ନେହଲତାଙ୍କ ପରିବାର ଲୋକଙ୍କୁ ଜଣାଯିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ତାହାକୁ ହସ୍ତାନ୍ତର କରାଯାଇଛି । ତେବେ ସ୍ନେହଲତାଙ୍କ ରୁମରକୁ ପୁଲିସକୁ କିଛି ବି ମିଳି ନ ଥିବାବେଳେ ଘଟଣାର ତଦନ୍ତ ଜାଣିବା ନିମନ୍ତେ ପୁଲିସ ତାଙ୍କର ମୋବାଇଲ ଜବତ କରିଥିବା ଜଣାପଡ଼ିଛି । ଅନ୍ୟ ପଟେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଗଣ୍ଡିଲୋ ଗ୍ରାମ ପ୍ରଧାନସାହିର ସୁରେନ୍ଦ୍ର ନାୟକଙ୍କ ଝିଅ ଅନୁପମା ନାୟକ (୨୨) ବେକରେ ଲୁଗା ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ବୁଧବାର ଦିନ ବିଳମ୍ବିତ ରାତ୍ରି ପ୍ରାୟ ୨ଟା ସମୟରେ ପରିବାର ଲୋକ ଅନୁପମା ଝୁଲୁଥିବା ଦେଖିଥିଲେ । ପଡୋଶୀମାନେ ପହଞ୍ôଚ ଅନୁପମାନଙ୍କୁ ତଳକୁ ଓହ୍ଲାଇଥିଲେ । ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଅନ୍ତା ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ôଚ ଶବ ବ୍ୟବଚ୍ଛେଦ କରାଇ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏନେଇ ପରିବାର ଲୋକେ କହିଛନ୍ତିି ଯେ, ଗତ କିଛି ଦିନ ହେବ ଅନୁପମା ଗୁମସୁମରେ ରହିବା ସହ ଚିନ୍ତିତ ଥିଲେ । ଅନ୍ୟ ପଟେ ଏହି ଘଟଣାକୁ ଥାନା ଅଧିକାରୀ ଗୁରୁତର ସହ ନେଇ ଏହା ପ୍ରେମ ଜନିତ ଆତ୍ମହତ୍ୟା ହୋଇଥିବା ସନ୍ଦେହ କରିଛନ୍ତି । ରାଜଧାନୀରେ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟରାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।