20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଏବେ ବ୍ରିଟେନରେ ବଢ଼ୁଛି ଚାଲିବା ଟ୍ରେଣ୍ଡ, ୩୧% ଲୋକ ଚାଲିବାକୁ ପସନ୍ଦ କରୁଛନ୍ତି

ଏବେ ବ୍ରିଟେନରେ ବଢ଼ୁଛି ଚାଲିବା ଟ୍ରେଣ୍ଡ, ୩୧% ଲୋକ ଚାଲିବାକୁ ପସନ୍ଦ କରୁଛନ୍ତି

ନୂଆଦିଲ୍ଲୀ: ରାସ୍ତାରେ ଭିଡ଼ କମ୍ କରିବା ଏବଂ ପରିବେଶ ସଂରକ୍ଷଣ ପ୍ରତି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବେ ବ୍ରିଟେନ୍ରେ ଚାଲିବାର ଟ୍ରେଣ୍ଡ ବୃଦ୍ଧି ପାଉଛି । ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଦେଶର କିଛି ପ୍ରମୁଖ ରାସ୍ତାରେ ଚାଲିବା ଲାଗି ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ ଚିତ୍ରକଳା ମଧ୍ୟ ବନାଯାଇଛି ।
ଏ ସଂପର୍କରେ ବର୍ମିଂହାମର କିଙ୍ଗ ହିଥ୍ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା କାଉନ୍ସିଲର ଲିଜା ଟ୍ରିକେଟ୍ କହିଛନ୍ତି, ବର୍ମିଂହାମର ମୁଖ୍ୟ ସଡ଼କ ଚାଲିବା ଯୋଗ୍ୟ ନୁହେଁ । ତାହା ଧୂଆଁ ଓ ଶବ୍ଦ ପ୍ରଦୂଷଣ କରୁଥିବା କାର୍ ଓ ଟ୍ରକ୍ ଗୁଡ଼ିକ ଦ୍ୱାରା ଭରପୁର । ଫୁଟପାଥରେ ଯାତ୍ରୀ ବିଶ୍ରାମାଗାର ରହିଥିବାବେଳେ ସ୍ଥାନେ ସ୍ଥାନେ ଡିଜିଟାଲ ବିଜ୍ଞାପନ ବୋର୍ଡ ଲଗାଯାଇଥିବା ଯୋଗୁ ଚାଲିବା ଅସମ୍ଭବ ହୋଇପଡ଼ିଛି । ଏହା ସତ୍ତ୍ୱେ କିଙ୍ଗସ ହିଥ ଓ ପୂରା ବ୍ରିଟେନ୍ରେ ସରକାର ଚାଲିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏହା କରୋନା ମହାମାରୀ ଦ୍ୱାରା ଆସିଥିବା ବଡ଼ ପରିବର୍ତ୍ତନ ମଧ୍ୟରୁ ଅନ୍ୟତମ । ସେପଟେ ଲଣ୍ଡନରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶର ୩୧% ଲୋକ ଚାଲିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କର ଯାତ୍ରାର ଦୂରତା ଏକ ମାଇଲ୍ ବା ତା’ଠାରୁ ଅଧିକ ରହୁଛି । ଉଚ୍ଚବର୍ଗର ଲୋକମାନେ ଯେଉଁମାନେ ଖୁବ୍ କମ୍ ଚାଲୁଥିଲେ ସେମାନେ ଏବେ ଏହି ଅଭ୍ୟାସକୁ ଗ୍ରହଣ କରିଛନ୍ତି । କିଛି ଅଞ୍ଚଳରେ ସାଇକେଲ ଚଳାଇବା ବଦଳରେ ପାଦରେ ଚାଲି ଯିବାକୁ ପ୍ରୋତ୍ସାହିତ କରାଯାଉଛି । ୨୦୨୦ ମେ ମାସରେ ସରକାର ଚାଲି ଚାଲି ଯାଉଥିବା ଲୋକଙ୍କ ଲାଗି ଏକ ବିଶେଷ ପ୍ୟାକେଜ୍ ଘୋଷଣା କରିଥିଲେ । ସେମାନଙ୍କ ଲାଗି ବ୍ୟବସ୍ଥିତ ଲେନ୍ ବନାଇବାକୁ ଆଶ୍ୱାସନା ଦେଇଥିଲେ । ୨୦୫୦ ମଧ୍ୟରେ ବ୍ରିଟେନରେ ଅଙ୍ଗାର ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା ଲାଗି ଏହି ଉପାୟ ଅବଲମ୍ବନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking