ନୂଆଦିଲ୍ଲୀ : ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସରେ ଜିନପିଙ୍ଗଙ୍କୁ ତୃତୀୟ ଥର ରାଷ୍ଟ୍ରପତି କରିବା ନେଇ ନିଷ୍ପତ୍ତି ହୋଇଛି । ହେଲେ ବୈଠକରେ ଯେଉଁ ଡ୍ରାମା ଦେଖିବାକୁ ମିଳିଛି ତାହା ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନକୁ ପଦାରେ ପକାଇଛି । ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିତାଓଙ୍କୁ ବୈଠକରୁ ଜୋର ଜବରଦସ୍ତ ବାହାର କରିଦିଆଯାଇଥିବାର ଦେଖିବାକୁ ମିଳିଛି । ଯେତେବେଳେ ତାଙ୍କୁ ବୈଠକରୁ ବାହାର କରାଗଲା ଠିକ୍ ସେତିକି ବେଳେ ଚୀନର ଗ୍ରେଟ୍ ହଲରେ ସମାପନ ସମାରୋହ ଚାଲିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି ସୁରକ୍ଷା କର୍ମୀମାନେ ଜି ଜିତାଓଙ୍କ ହାତ ଧରି ତାଙ୍କୁ ଜୋର ଜବରଦସ୍ତ ବୈଠକ ହଲରୁ ବାହାରକୁ ବାହାର କରିଦେଉଛନ୍ତି । ହେଲେ କେଉଁ କାରଣରୁ ତାଙ୍କୁ ବୈଠକରୁ ଜୋର ଜବରଦସ୍ତ ବାହାର କରାଗଲା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।