17.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶକୋଭିଡ ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାସଭବନ ପାଲଟିଲା ଗେମ ଜୋନ୍

କୋଭିଡ ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାସଭବନ ପାଲଟିଲା ଗେମ ଜୋନ୍

ଜୟପୁର: ଦୀପାବଳି ପୂର୍ବରୁ କୋଭିଡ ଯୋଗୁ ନିଜ ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାଙ୍କ ସହ ସମୟ କାଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କୋଭିଡ ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜର ବାସଭବନର କିଛି ଅଂଶକୁ ଗେମ ଜୋନରେ ମଧ୍ୟ ବଦଳାଇ ଦେଇଥିଲେ। ଏହି ଗେମ ଜୋନରେ ପ୍ରାୟ ୨୦୦ ପିଲା ହସଖୁସି କରିବା ସହ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ଲଞ୍ଚ ମଧ୍ୟ କରିଛନ୍ତି। ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ଗେହଲଟ କଥା ହେବା ସହ ସେମାନଙ୍କ ସ୍ୱପ୍ନ, ଭବିଷ୍ୟତ ଯୋଜନା ଓ ସେମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଗେମ ଜୋନରେ ପିଲାମାନଙ୍କ ସହ ଶ୍ରୀ ଗେହଲଟ ଢେର ସମୟ ବିତାଇଛନ୍ତି। ଏଠାରେ ମ୍ୟାଜିକ ଶୋ’ ଠାରୁ ଆରମ୍ଭ କରି ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳକୁଦ ଓ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ପିଲାମାନଙ୍କ ଲଞ୍ଚ ପାଇଁ ଚାଓମିନ, ପିଜା ଓ ଅନ୍ୟ ସୁସ୍ୱାଦୁ ବେଞ୍ଜନ ପ୍ରସ୍ତୁତ ହୋଇଥିଲା। ମୋଟ ୨୩୧ ଜଣ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।ହେଲେ ସେମାନଙ୍କ ମଧ୍ୟରୁ କିଛି ଜଣ ବିଭିନ୍ନ କାରଣ ପାଇଁ ଆସି ପାରି ନଥିଲେ। ଯେଉଁମାନେ ଆସିଥିଲେ, ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ ଗେମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳ ଖେଳିଥିଲେ। ଗେହଲଟଙ୍କ ଏପରି ଅଭିନବ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦୀପାବଳି କାର୍ଯ୍ୟକ୍ରମ ପାଇଁ ଏପରି ପିଲାମାନଙ୍କୁ ଡାକିବା ମୁଁ ଭାବୁଛି ଠିକ୍। ପିଲାମାନେ ଏଠାରେ ଖୁବ ଭଲ ସମୟ କାଟିଛନ୍ତି। ମୁଁ ସେମାନଙ୍କ ସହ ପାଠପଢ଼ା, ଭବିଷ୍ୟତ ଯୋଜନା ଓ ଅନ୍ୟାନ୍ୟ ବିଷୟରେ କଥା ହୋଇଛି। କିଛି ପିଲା ପ୍ରଶାସନିକ ଅଧିକାରୀ, କିଛି ଡାକ୍ତର ଓ କିଛି ପୁଲିସ୍ ସେବାରେ ଯୋଗ ଦେବାକୁ ଆଗ୍ରହ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking