ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ଼ ପଞ୍ଚାୟତର ମଧୁପୁର ଗ୍ରାମସ୍ଥିତ ଭୀମ ଭୋଇଙ୍କ ଜନ୍ମପୀଠ ୬୪ ସିଦ୍ଧ ଆଶ୍ରମରୁ କେହି ଦୁର୍ବୃତ୍ତ ବହୁ ମୂଲ୍ୟବାନ ସାମଗ୍ରୀ ସହ ବିରଳ ତାଳପତ୍ର ପୋଥି ଚୋରିକରି ନେଇଥିବା ଜଣାପଡ଼ିଛି । ଏଥିମଧ୍ୟରେ ୨ଟି ଗରିଆ, ଗୋଟିଏ ପରାତ, ୩ଟି ଶଙ୍ଖ, ୩ଟି ଘଣ୍ଟ, ଗୋଟିଏ ଚାମର ଓ ସନ୍ଥ କବି ଭୀମ ଭୋଇଙ୍କ ଲିଖିତ ତାଳପତ୍ର ପୋଥି ଆଦି ରହିଛି ।
ଏ ନେଇ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସନ୍ଥ କବି ଭୀମ ଭୋଇଙ୍କ ଲିଖିତ ତାଳପତ୍ର ପୋଥି, ଯାହାକି ଅମୂଲ୍ୟ ସମ୍ପଦ ବୋଲି ଧରାଯାଏ ତାହା ଚୋରି ହୋଇଯାଇ ଥିବାରୁ ମହିମା ଧର୍ମାବଲମ୍ବୀମାନେ ଚିନ୍ତା ପ୍ରକଟ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ରେଢ଼ାଖୋଲ ଥାନା ଆଇଆଇସି ସୁରୁବାବୁ ଛତ୍ରିଆ କହିଛନ୍ତି ଯେ ଚୋରି ଘଟଣାର ତଦନ୍ତ ଚାଲିଛି, ଖୁବ୍ଶୀଘ୍ର ଦୁର୍ବୃତ୍ତମାନେ ଧରା ପଡ଼ିବେ ।