29.1 C
Bhubaneswar
Saturday, October 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧନିପ୍ରୋ ନଦୀ ତଟକୁ ନିୟନ୍ତ୍ରଣକୁ ନେଲେ ଜେଲେନ୍‌ସ୍କି ବାହିନୀ

ନିପ୍ରୋ ନଦୀ ତଟକୁ ନିୟନ୍ତ୍ରଣକୁ ନେଲେ ଜେଲେନ୍‌ସ୍କି ବାହିନୀ

ନୂଆଦିଲ୍ଲୀ : ଖେରସନ୍ ଓ ଲୁହାନ୍‌ସ୍କରେ ଆଗକୁ ବଢ଼ୁଛନ୍ତି ୟୁକ୍ରେନ୍ ସେନା । ୨୪ ଘଣ୍ଟାରେ ଖେରସନ୍‌ର ୩ ଜନବସତି ଓ ଲୁହାନ୍‌ସ୍କର ୬ ଜନବସତିକୁ ମୁକ୍ତ କରିଛନ୍ତି । ରୁଷ୍ ସେନା କବଳରୁ ଗୋଟିଏ ପରେ ଗୋଟିଏ ଜନବସତି ଦଖଲମୁକ୍ତ କରି ଆଗକୁ ବଢ଼ୁଛି କିଭ୍ ବ୍ରିଗେଡ୍ । ବ୍ରିଟିଶ ଗୁଇନ୍ଦା ରିପୋର୍ଟ ମୁତାବକ, ଖେରସନ୍‌ରେ ରୁଷ୍ ସେନାକୁ ୨୦ କିଲୋମିଟର ପଛକୁ ହଟାଇ ଦେଇଛି ୟୁକ୍ରେନ୍ ସେନା । ନିପ୍ରୋ ନଦୀ ତଟକୁ ନିଜ ନିୟନ୍ତ୍ରଣକୁ ନେଉଛି । ୟୁକ୍ରେନ୍‌ର ୪ ଅଞ୍ଚଳକୁ ରୁଷ୍ ବେଆଇନ୍ ଭାବେ ନିଜ ସୀମାରେ ସାମିଲ ଘୋଷଣା ପରେ ଯୁଦ୍ଧ ଭୟଙ୍କର ରୂପ ନେଇଛି । ପ୍ରତିଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି ଜେଲେନ୍‌ସ୍କି ବାହିନୀ । ରୁଷ୍ ସେନାର ଅନେକ ଅସ୍ତ୍ରଶସ୍ତ୍ର ଅକାମୀ କରି ଦେଉଛି ।

ଓଡେଶା ଓ ମାଇକୋଲୋଭ୍ ଅଞ୍ଚଳରେ ଗତକାଲି ୬ଟି ରୁଷୀୟ ଡ୍ରୋନ୍‌କୁ ଖସାଇ ଦେଇଛି କିଭ୍ ସେନା । ତେବେ ଯୁଦ୍ଧ କ୍ଷେତ୍ରରେ ପରାଜୟର ସାମ୍ନା କରୁଥିବା କ୍ରେମ୍‌ଲିନ୍ ବର୍ବରତା ଜାରି ରଖିଛି । ଜାପୋରଝିଆରେ ୨୪ ଘଣ୍ଟାରେ ମାଡ଼ କରିଛି ୭ ମିସାଇଲ । ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି । ଧୂଳିସାତ ହୋଇଛି ବଡ଼ବଡ଼ ଅଟ୍ଟାଳିକା । କିଛି ଲୋକ ବିଲ୍‌ଡିଂର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯୁଦ୍ଧ କ୍ଷେତ୍ରରେ ଏବେ ଇରାନ୍‌ର ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରୁଛି ରୁଷ୍ ସେନା । କିଭ୍ ଉପରେ ଇରାନୀ ଡ୍ରୋନ୍‌ରେ ହମ୍‌ଲା କରିଛି । ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍ ଯେଉଁ ଅସ୍ତ୍ର ଆଣିବାର ଅଛି ଆଣନ୍ତୁ । କିନ୍ତୁ ସେ ଯୁଦ୍ଧ ହାରି ସାରିଛନ୍ତି । କୌଣସି ଅସ୍ତ୍ର ରୁଷ୍‌କୁ ଯୁଦ୍ଧରେ ଜିତାଇ ପାରିବନି ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking