ନ୍ୟୁୟର୍କ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା । ଆମେରିକାର ପରଡ୍ୟୁ ବିଶ୍ବବିଦ୍ୟାଳୟ ର ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ନାମ ବରୁଣ ମନୀଷ ଛେଦା । ତାଙ୍କର ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ହଷ୍ଟେଲ ରୁମରେ ବରୁଣଙ୍କୁ ତାଙ୍କର ରୁମମେଟ୍ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ପୋଲିସର ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପଛରେ ଜି ମିନ୍ ଶା ନାମକ ଉତ୍ତର କୋରିଆ ସିଓଲର ଜଣେ ୨୨ ବର୍ଷୀୟ ଛାତ୍ରଙ୍କ ଥିବା ସନ୍ଦେହ କରାଯାଉଛି । ପୋଲିସ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରି ପଚରାଉଚରା କରୁଛି। ତେବେ ମୃତ ଛାତ୍ର ବରୁଣଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ଏବଂ ମୃତକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ଏହି ହତ୍ୟା ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।