26.1 C
Bhubaneswar
Friday, March 29, 2024
Homeଅପରାଧମଦ୍ୟପାନକୁ ନେଇ ବୃଦ୍ଧଙ୍କୁ ହତ୍ୟା

ମଦ୍ୟପାନକୁ ନେଇ ବୃଦ୍ଧଙ୍କୁ ହତ୍ୟା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୋଲସର ଖଦାଳ ସାହିରେ ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଆନନ୍ଦ ନାହାକ ନାମକ ଜଣେ ବୃଦ୍ଧଙ୍କ ମୃତ୍ଯୁବରଣ ହୋଇଥିବା ବେଳେ ମୃତ୍ଯୁର ଅସଲ କାରଣ ଅସ୍ପଷ୍ଟ ରହିଛି। ତେବେ ମଦ୍ୟପାନକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି। ପୁଲିସ ଦୁଇଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଟୁନା ସେଠି ଓ ଆକୁଳ ସେଠିକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।

ଘଟଣାସ୍ଥଳରେ ଆଇଆଇସି ପ୍ରଭାତ ସାହୁ, ଏସଆଇ ଅର୍ଜୁନ କହର ଓ ଷ୍ଟାଫ ପହଂଚି ମୃତକଙ୍କ ଶବ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ଆସିକା ପଠାଇଛି। ମୃତକ ଆନନ୍ଦ ନାହାକଙ୍କ ବୟସ ୬୫ରୁ ଊର୍ଦ୍ଧ୍ବ ହେବ। ସେ ପେଶାରେ କାଠ କାଠୁରିଆ। ଏହାରି ରୋଜଗାରରେ ପରିବାର ଚଳେ। ଦୁଇ ପୁଅ ସଞ୍ଜୟ ଓ ବାୟା ସେଭଳି ରୋଜଗାର ନ ଥିବା ହେତୁ ବାପାଙ୍କ ଭରସାରେ ପରିବାର ଗୁଜୁରାଣ ମେଣ୍ଟୁଥିଲା। ଆକୁଳର ମା କୁନ୍ତୀ ସେଠୀ ମୃତକଙ୍କ ଦୁଇ ପୁଅ ଇଟା ଫୋପାଡ଼ିବାରୁ ପ୍ରତି ଆକ୍ରମଣରେ ଦୁର୍ଭାଗ୍ୟ ବଶତଃ ଜୀବନ ଚାଲିଯାଇଥିବା ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking