20.1 C
Bhubaneswar
Sunday, November 17, 2024
Homeଅପରାଧଜମ୍ମୁ କାଶ୍ମୀରର ଜେଲ୍ ଡିଜିଙ୍କୁ ଗଳାକାଟି ହତ୍ୟା

ଜମ୍ମୁ କାଶ୍ମୀରର ଜେଲ୍ ଡିଜିଙ୍କୁ ଗଳାକାଟି ହତ୍ୟା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା । ସୋମବାର ଜମ୍ମୁ ସ୍ଥିତ ନିଜ ବାସଭବନରେ ଡିଜିଙ୍କୁ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହ ଜାଳିବାକୁ ମଧ୍ୟ ଉଦ୍ୟମ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ, ଫରେନସିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି । ଅନ୍ୟପଟେ ଏହି ଘଟଣା ପରଠୁ ଡିଜି ଲୋହିଆଙ୍କ ଘରୋଇ ସହାୟକ କୁଆଡେ ଫେରାର୍ ହୋଇଯାଇଛି ।

ତେଣୁ ସମ୍ପୃକ୍ତ ଘରୋଇ ସହାୟକ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି । ତାକୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜମ୍ମୁ ଜୋନରେ ଏଡିଜିପି ମୁକେଶ ସିଂହ କହିଛନ୍ତି, ”ପଳାତକ ଘରୋଇ ସହାୟକ ନାମ ୟାସିର୍ ଓ ତା’ର ଘର ଜମ୍ମୁ କାଶ୍ମୀରରେ ରମବାନ ଜିଲ୍ଲାରେ ହୋଇଥିବା ଜଣାପଡିଛି । ଡିଜିଙ୍କ ମୃତ୍ୟୁ ପରଠୁ ସେ ଫେରାର୍ ହୋଇଯାଇଛି ।” ପୋଲିସ ପଳାତକ ୟାସିରକୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛି । ସେ ହିଁ ଡିଜିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking