ମୁମ୍ବାଇ: ମହାରାଷ୍ଟ୍ରର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ (ଏଫ୍ଡିଏ) ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ବେବି ପାଉଡର୍ ମାନୁଫାକ୍ଚରିଂ ଲାଇସେନ୍ସ ରଦ୍ଦ କରିଛି । ମହାରାଷ୍ଟ୍ର ଏଫ୍ଡିଏ ପକ୍ଷରୁ ଏକ ପ୍ରେସ୍ କନ୍ଫରେନ୍ସରେ କୁହାଯାଇଛି, ଜନ୍ସନ୍ ବେବି ପାଉଡର୍ ନବଜାତ ଶିଶୁଙ୍କ ଚର୍ମ ଉପରେ ଖରାପ ପ୍ରଭାବ ପକାଇପାରେ । ଲ୍ୟାବ୍ ଟେଷ୍ଟ୍ରେ ପୁଣେ ଏବଂ ନାସିକ୍ରୁ ସଂଗୃହିତ ବେବି ପାଉଡର୍ ନମୁନାରେ ପିଏଚ୍ ସ୍ତର ମାନକ ଅନୁସାରେ ନଥିଲା । ଏହାପରେ ଏଫ୍ଡିଏ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ଏହା ସହିତ ଏହି ପ୍ରଡକ୍ଟର ସମସ୍ତ ଷ୍ଟକ୍ ବଜାରରୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛି । ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କମ୍ପାନୀ ଏଜେନ୍ସିର ଏହି ରିପୋର୍ଟକୁ ଅସ୍ୱୀକାର କରିବା ସହ ସେଣ୍ଟ୍ରାଲ୍ ଡ୍ରଗ୍ସ ଲାବୋଟୋରୀକୁ ନମୁନା ପଠାଇଛି ।