19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶମୋଦୀ-ପୁଟିନ୍ ୫୦ ମିନିଟ୍ ଆଲୋଚନା

ମୋଦୀ-ପୁଟିନ୍ ୫୦ ମିନିଟ୍ ଆଲୋଚନା

ସମରକନ୍ଦ: ଏସ୍‌ଓସି ବୈଠକ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ କଥାବାର୍ତ୍ତା ହୋଇଥିଲା । ଏହି ଅବସରରେ ମୋଦୀ କହିଥିଲେ, ଆଜି ମଧ୍ୟ ବିଶ୍ୱ ଏବଂ ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ସାମ୍ନାରେ ଖାଦ୍ୟ ସୁରକ୍ଷା, ଇନ୍ଧନ ସୁରକ୍ଷା ଏବଂ ଉର୍ବରକ (ସାର) ପରି ବଡ଼ ବଡ଼ ସମସ୍ୟା ରହିଛି । ଆମକୁ ଏଥିପାଇଁ ରାସ୍ତା ବାହାର କରିବାକୁ ପଡ଼ିବ । ଆପଣଙ୍କୁ ମଧ୍ୟ ଏହାକୁ ନେଇ ଉଦ୍ୟମ ଆରମ୍ଭ କରିବାକୁ ହେବ ବୋଲି ସେ ପୁଟିନ୍‌ଙ୍କୁ କହିଥିଲେ । ୟୁକ୍ରେନ୍ ଯୁଦ୍ଧ ସଙ୍କଟର ପ୍ରାରମ୍ଭିକ ସମୟରେ ସେଠାରେ ଫସି ରହିଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କୁ ରୁଷ୍ ଏବଂ ୟୁକ୍ରେନ୍ ସହଯୋଗରେ ବାହାର କରାଯାଇଥିବାରୁ ପୁଟିନ୍‌ଙ୍କୁ ଏବଂ ୟୁକ୍ରେନ୍‌କୁ ମୋଦୀ ଧନ୍ୟବାଦ ଜଣାଇଥିଲେ । ମୋଦୀ ପୁଟିନ୍‌ଙ୍କୁ ଆହୁରି କହିଥିଲେ, ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ । ଗଣତନ୍ତ୍ର କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ଚାଲିଥାଏ ବୋଲି ଆମେ ଫୋନ୍‌ରେ ବହୁଥର କଥାବାର୍ତ୍ତା ହୋଇଛେ । ଭାରତ ଏବଂ ରୁଷ୍ ବହୁ ଦଶନ୍ଧି ଧରି ପ୍ରତ୍ୟେକ ମୁହୂର୍ତ୍ତରେ ପରସ୍ପର ସହିତ ରହିଆସିଛନ୍ତି । ଆଜି ଏସ୍‌ସିଓ ବୈଠକରେ ଭାରତ ପ୍ରତି ରୁଷ୍‌ର ଯେଉଁ ଭାବନା ଆପଣ ବ୍ୟକ୍ତକଲେ ସେଥିପାଇଁ ଧନ୍ୟବାଦ ।
ଜବାବରେ ପୁଟିନ୍ କହିଥିଲେ, ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ସ୍ଥିତି ଏବଂ ଚିନ୍ତା ସହିତ ରୁଷ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି । ଏହାର ଶୀଘ୍ର ଅନ୍ତ ଘଟୁ ଏହା ରୁଷ୍ ଚାହୁଁଛି । ଏଠାରେ ଯାହାସବୁ ଘଟୁଛି ତା’ର ସୂଚନା ଆମେ ଦେଇଚାଲିବୁ ବୋଲି ପୁଟିନ୍ ମୋଦୀଙ୍କୁ କହିଥିଲେ । ସେ ଆହୁରି କହିଥିଲେ, ଭାରତ ପକ୍ଷରୁ କରାଯାଇଥିବା ଫର୍ଟିଲାଇଜର୍ ଦାବିକୁ ରୁଷ୍ ପୂରା କରିବ । ସେହିପରି ଶକ୍ତି କ୍ଷେତ୍ରରେ ଭାରତକୁ ରୁଷ୍ ସହାୟତା କରିବ ବୋଲି ପୁଟିନ୍ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ଭାରତ-ରୁଷ ଭିସା ଫ୍ରି ଟୁରିଜିମ୍ ଉପରେ ବିଚାର କରାଯିବା ଉଚିତ ବୋଲି ପୁଟିନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking